ଭୁବନେଶ୍ୱର,୨୬/୫(ଓଡିଶା ଭାସ୍କର): ବାତ୍ୟା ଅମ୍ଫନ ପାଇଁ ରାଜ୍ୟରେ ମାଟ୍ରିକ ଖାତା ଦେଖା ସ୍ଥଗିତ ରଖାଯାଇଥିଲା। ଏଥି ପାଇଁ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରି ମେ ୨୬ରୁ ମାଟ୍ରିକ ଖାତା ଦେଖିବା ନେଇ ନିଷ୍ପତ୍ତି ନେଇଥିଲେ। ତେଣୁ ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ୍ ଖାତାଦେଖା । ୬୦ଟି କେନ୍ଦ୍ରରେ ଖାତା ଦେଖିବେ ମୂଲ୍ୟାୟନକାରୀ। ସକାଳ ୧୦ ରୁ ଦିନ ୩ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ହେବ ଖାତାଦେଖା। ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମୂଲ୍ୟାୟନ କେନ୍ଦ୍ରରେ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି। ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ ବୋଲି ସୂଚନା ମିଳିଛି।
Get real time updates directly on you device, subscribe now.
Prev Post
Next Post