fbpx

(Video) କିଛି କହିଲା ବେଳେ ଟିକେ ଭାବ ଅନୁଭବ, ମୁଁ ଗୋଟେ ଝିଅ: ତୁମେ କେତେ ଖୁସି ହେଉଛ ହେଲେ ମୋ କଷ୍ଟ କଥା ଟିକେ ଭାବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇôଲେ । ତଳ କୋର୍ଟଙ୍କ ରାୟକୁ ଖାରଜ କରି ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ । ପୂର୍ବରୁ ପରିବାର କୋର୍ଟ ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଏବେ ହାଇକୋର୍ଟଙ୍କ ରାୟ ପରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ଅନୁଭବ ତାଙ୍କର ଜନ୍ମଦିନ ବଡ଼ ଧୁମଧାମରେ ପାଳନ କରିବା ସହ ଦ୍ୱିତୀୟ ବିବାହ ନେଇ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିଲେ । ପ୍ରଥମ ବିବାହ କଥା ନ ଉଠାଇବାକୁ କହିବା ସହ ଦ୍ୱିତୀୟ ମ୍ୟାରେଜ ନେଇ ସମସ୍ତଙ୍କୁ ଖୁସି ଖବର ଦେଇଥିଲେ ଅନୁଭବ । ନିଜର ଅଗଣିତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇବା ସହ ଭାଇ ଭାବି ବାହାଘରକୁ ସମସ୍ତେ ଆସିବାକୁ ଅନୁଭବ ଆଗୁଆ ନିମନ୍ତ୍ରଣ ଦେଇଥିଲେ । ବାହାଘର ପରେ ପୁଣି ଥରେ ତାଙ୍କ ପରିବାରକୁ ଖୁସି ଫେରି ଆସିବା ନେଇ ଆଶା ବାନ୍ଧିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ।

ହାଇକୋର୍ଟଙ୍କ ରାୟ ପରେ ଅନୁଭବ ନିଜର ସାଙ୍ଗସାଥୀଙ୍କ ଗହଣରେ ଖୁସିରେ ସମୟ ବିତାଉଥିବା ବେଳେ ଏବେ କେବଳ ବର୍ଷାଙ୍କୁ ହିଁ ଅପେକ୍ଷା । ବର୍ଷା ଚୁପ ରହିବେ କି ଆଗକୁ ଲଢ଼େଇ ଜାରି ରଖି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ତାହା ଏବେ ବଡ଼ ପ୍ରଶ୍ନ । ‘ତୁମେ ଯେତେ ଖୁସି ହେଉଛ ହୁଅ ଅନୁଭବ କିନ୍ତୁ ଏକଥା ଭୁଲି ଯାଅ ନାହିଁ ଯେ ମୁଁ ସବୁବେଳେ ଚୁପ୍ ରହିବ, ମୁଁ ସବୁବେଳେ କାନ୍ଦୁଥିବି ଆଉ ତୁମେ ସବୁବେଳେ ହସୁଥିବ । ମୁଁ କାଲି କାନ୍ଦୁଥିଲି ଆଉ ଆଜି ବି କାନ୍ଦୁଛି, ଆଗକୁ ମଧ୍ୟ କାନ୍ଦିବି । ସେଇ କାନ୍ଦ ଭିତରେ ମୁଁ ମୋର ପୁରୁଣା ପ୍ରେମକୁ ଖୋଜୁଛି । ମୁଁ ଏ ପ୍ରସଙ୍ଗରେ କୋର୍ଟରେ ମଧ୍ୟ କହିଥିଲି । ମୁଁ ଚୁପ୍ ରହିବାର ଅର୍ଥ ନୁହେଁ ମୁଁ କିଛି ଜାଣିନି । ତୁମ ସହିତ ନ ରହିବା ପାଇଁ ହାଇକୋର୍ଟ ନିଷ୍ପତ୍ତି ଦେଇଛନ୍ତି, ମାତ୍ର ମୁଁ ଆଗକୁ ଆହୁରି ଲଢ଼ିବି । ମୁଁ ଏଇ ଗୋଟିଏ ହାରରେ ଭାଙ୍ଗିପଡ଼ିବି ନାହିଁ ।’ ବୋଧହୁଏ ଏପରି ଅନେକ କଥା ବର୍ଷା ଭାବୁଥିବେ । ତେବେ ଆଗକୁ ବର୍ଷା କ’ଣ କରିବେ ତାହା ସମୟ କହିବ ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ଆବେଦନକୁ ପୂର୍ବରୁ କଟକ ଫ୍ୟାମିଲି କୋର୍ଟ ଖାରଜ କରିଦେଇଥିଲେ । ଏଥିସହିତ ଦୁହେଁ ଏକାଠି ରହିବାକୁ ନେଇ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏନେଇ ଅନୁଭବ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ତାହାକୁ ବର୍ଷା ଚାଲେଞ୍ଜ କରିଥିବା ବେଳେ ପରେ ପଟିଆଲା ହାଉସ କୋର୍ଟ କଟକ ଫ୍ୟାମିଲି କୋର୍ଟକୁ ମାମଲାକୁ ହସ୍ତାନ୍ତର କରିଥିଲେ । ପାଖାପାଖି ୧ ବର୍ଷ ଧରି ଶୁଣାଣି ଚାଲିବା ପରେ କଟକ ଫ୍ୟାମିଲି କୋର୍ଟ ରାୟ ଶୁଣାଇଥିଲେ । ତେବେ ହାଇକୋର୍ଟ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ନେଇ ଅନୁମତି ଦେବା ପରେ ଏବେ ବର୍ଷାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସଭିଙ୍କ ନଜର ରହିଛି । ଏଭଳି ସ୍ଥିତିରେ ବର୍ଷାଙ୍କ ପାଇଁ କ’ଣ ଆଇନଗତ ବିକଳ୍ପ ରହିଛି ତାହା ଉପରେ ଏବେ ଚର୍ଚ୍ଚା ହେଉଛି । ବର୍ଷା ଆଗକୁ ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ କି ଏନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ତାହା ଏବେ ବଡ଼ ପ୍ରଶ୍ନ । ତେବେ ହାଇକୋର୍ଟଙ୍କ ରାୟ ପରେ ଅନୁଭବଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ବର୍ଷା ଯଦି ସୁପ୍ରିମକୋର୍ଟ ଯାଆନ୍ତି ତେବେ ଏହି ମାମଲା ପୁଣି ଲମ୍ବିପାରେ ।

Get real time updates directly on you device, subscribe now.