fbpx
BJD
BJD SKY
BJD SKY

ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ: ମାତ୍ର ୫ ରନ୍ କରି ଆଉଟ ହେଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଆଜି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇଛି। ଦୀର୍ଘ ୩୧ ବର୍ଷ ହେବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ହେଲେ ଟେଷ୍ଟ ସିରିଜ୍‌ ଜିତି ନ ଥିବା ବେଳେ ସମସ୍ତଙ୍କର ନଜର ଭାରତ ଉପରେ ରହିଛି। କିନ୍ତୁ ପ୍ରଥମରୁ ହିଁ ଦଳର ଅଧିନାୟକ ରୋହିତ ଶର୍ମା ସମସ୍ତଙ୍କ ଭରସାକୁ ଭାଙ୍ଗି ଦେଇଛନ୍ତି। ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବକ୍ସିଂ ଡେ’ ଟେଷ୍ଟରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି। କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଛି ଟିମ୍ ଇଣ୍ଡିଆ। ୧୪ ବଲ ଖେଳିଥିବା ବେଳେ ମାତ୍ର ୫ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି ରୋହିତ। ସେହିପରି ତାଙ୍କ ସହ ଇନିଂସ ଆରମ୍ଭ କରିଥିବା ଯଶସ୍ୱୀ ଜୈସୱାଲ ବି ମଧ୍ୟ ଆଉଟ ହୋଇଯାଇଛନ୍ତି। ଜୈସୱାଲ ୩୭ ବଲରେ ୧୭ ରନ କରି ଆଉଟ ହୋଇଛନ୍ତି।

ଚଳିତ ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ ଶର୍ମା ବକ୍ସିଂ ଡେ’ ଟେଷ୍ଟରେ ଆକ୍ସନକୁ ଫେରିବେ। ଆଉ ୩୧ ବର୍ଷ ଧରି ଭାରତର ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ରୋହିତ ଶର୍ମା ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଉଥିଲା। କିନ୍ତୁ ଏହି ଆଶାକୁ ନିରାଶାରେ ପରିଣତ କରିଦେଇଛନ୍ତି ରୋହିତ। ତେବେ ୧୯୯୨ ପରଠାରୁ ଭାରତ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଏହି ୩୧ ବର୍ଷ ମଧ୍ୟରେ ଥରେ ହେଲେ ବି ଦଳ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ହରାଇ ପାରିନି। ତେଣୁ ୩୧ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ଖେଳୁଛି ଟିମ୍ ଇଣ୍ଡିଆ । କିନ୍ତୁ ଆରମ୍ଭରୁ ଦଳ ଏଥିରେ ନୈରାଶ୍ୟଜନକ ପଦର୍ଶନ ପଦର୍ଶନ କରିଛି।

Get real time updates directly on you device, subscribe now.