fbpx

KBCରେ ଜିତିଥିଲେ ୫ କୋଟି, ବର୍ତ୍ତମାନ ହାତରେ ସରକାରୀ ଚାକିରିର ଅଫର ଲେଟର

ନୂଆଦିଲ୍ଲୀ: ଟିଭି ପରଦାରେ ଏକ ରିୟାଲିଟି ଶୋ ‘କୌନ୍ ବନେଗା କରୋଡ଼ ପତି’ ବିଷୟରେ କିଏ ନ ଜାଣିଥିବେ କହିଲେ । KBC ମଞ୍ଚରେ ଅନେକ ଲୋକମାନଙ୍କ ସ୍ୱପ୍ନ ପୂରଣ ହୋଇଛି । ଏହି ଶୋ’ର ଉପସ୍ଥାପକ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକ ଅନେକ । ତେବେ ଆସନ୍ତୁ ଜାଣିବା ଏମିତି ଜଣେ ବ୍ୟକ୍ତିତ୍ୱ ବିଷୟରେ ଯାହାଙ୍କୁ KBC ମଞ୍ଚରୁ ୫ କୋଟି ଟଙ୍କା ଜିତିବାର ୧୨ ବର୍ଷ ପରେ ୨ଟି ସରକାରୀ ଚାକିରିର ଅଫର ଲେଟର ମିଳିଛି । ଏହି ଖୁସି ଖବରକୁ ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଶେୟାର କରିଛନ୍ତି । ଏଥିରେ ବିଦ୍ୟାଳୟ ଅଧ୍ୟାପକ(ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ) ପଦରେ ସୁଶୀଲଙ୍କ ୧୧୯ ରେଙ୍କରେ ଚୟନ ହୋଇଥିବା ଜଣା ପଡ଼ିଛି । ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ Psychololgy ଏବଂ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ Social science ବିଷୟରେ ଅଧ୍ୟାପକ ପଦ ଭାବେ ସୁଶୀଲଙ୍କୁ ଚୟନ କରାଯାଇଛି ।


ନିକଟରେ ବିହାର ଲୋକ ସେବା ଆୟୋଗ(BPSC) ତା’ର ଅଫିସିଆଲ ୱେବସାଇଟରେ bpsc tre 2.0 ର ରେଜଲ୍ଟ ପ୍ରକାଶିତ କରିଥିଲା । ଏଥିରେ ବିଦ୍ୟାଳୟ ଅଧ୍ୟାପକ(ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ) ପଦରେ ସୁଶୀଲଙ୍କ ୧୧୯ ରେଙ୍କରେ ଚୟନ ହୋଇଥିବା ଜଣା ପଡ଼ିଛି । ବିହାରରୁ ମୁମ୍ବାଇ ନିଜ ସ୍ୱପ୍ନ ପୂରା କରିବା ପାଇଁ ମୋତିହାରୀ ସ୍ଥିତ ହନୁମାନଗଢ଼ୀରୁ ଆସିଥିଲେ ସୁଶୀଲ କୁମାର । ୨୦୧୧ରେ ସେ କେବିସି ମଂଚରୁ ୫ କୋଟି ଟଙ୍କା ଜିତିଥିଲେ ।

Get real time updates directly on you device, subscribe now.