fbpx
BSKY SKY
BSKY SKY

(Video) କମଳା ବୋଝେଇ ଟ୍ରକ ଓଲଟିଲା: ଯିଏ ପାରିଲା ସିଏ ନେଲା, ଅନ୍ଧାରରେ ବି ବୋହିନେଲେ କମଳା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଯାନବାହାନ ସଂଖ୍ୟା ଯେଉଁ ମାତ୍ରାରେ ବୃଦ୍ଧି ପାଉଛି ସେହି ଅନୁପାତରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେବେ ଅନେକ ସମୟରେ ଦୁର୍ଘଟଣାକୁ ନେଇ ଯେତିକି ଦୁଃଖ ଅନୁଭବ ହୋଇଥାଏ ସେହି ଅନୁପାତ୍ରରେ ହାସ୍ୟାତ୍ମକ ମଧ୍ୟ ହୋଇଥାଏ । ମୃତାହତଙ୍କୁ ଉଦ୍ଧାର କରିବା, ଡାକ୍ତରଖାନା ନେବା ବଦଳରେ କିଛି ଲୋକ ଭିଡିଓ ରେକର୍ଡିଂରେ ବ୍ୟସ୍ତ ରହିଥାନ୍ତି ତ ଆଉ କିଛି ମାଗଣା ଜିନିଷ ବୋହିବାରେ ଲାଗିପଡ଼ିଥାନ୍ତି ।

ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ଅନୁରୂପ ଘଟଣା । ରାଜ୍ୟର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏପରି ଏକ ଅଘଟଣ ଘଟିଥିଲା । ଜଗମୋହନପୁର ଛକରେ ଏକ ଦ୍ରୁତଗାମୀ କମଳା ବୋଝେଇ ଟ୍ରକ କୌଣସି କାରଣବଶତଃ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ । ଉଭୟଙ୍କର ଘର ହରିୟାଣାରେ ବୋଲି ଜଣାପଡ଼ିଛି । ତେବେ ଟ୍ରକଟିରେ କମଳା ଲୋଡ୍ ହୋଇଥିବା ବେଳେ ତାହା କୋଲକାତା ଅଭିମୁଖେ ଯାତ୍ରା କରୁଥିଲା । ତେବେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ବଜାର ଛକରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହାପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ଏହି ଦୁର୍ଘଟଣା ମଧ୍ୟରେ ଘଟିଥିଲା ଏକ ଅବିଶ୍ୱସନୀୟ ତଥା ହାସ୍ୟକର ଘଟଣା । ଗୋଟିଏ ପଟେ ଦୁର୍ଘଟଣାରେ ଆହତମାନେ ଛଟପଟ ହେଉଥିବା ବେଳେ ଅନ୍ୟପଟେ କିଛି ଲୋକ ଏଣେତେଣେ ବିକ୍ଷିପ୍ତ ହୋଇପଡ଼ିଥିବା କମଳାକୁ ଗୋଟେଇ ଘରକୁ ବୋହିବାରେ ଲାଗିଥିଲେ । ‘ଯିଏ ଯେତେ କମଳା ନେଉଛ ନିଅ, ସମସ୍ତଙ୍କର ଫଟୋ ଉଠୁଛି’ ବୋଲି ଏହି ସମୟରେ ଜଣେ ବ୍ୟକ୍ତି କହୁଥିବାର ଶୁଣାଯାଇଥିଲା । କିଛି ଲୋକ ଅନ୍ଧାରରେ ଟର୍ଚ୍ଚ ମାରି କମଳା ଗୋଟାଇ ନେଉଥିବାର ଦେଖାଯାଇଥିଲା । ସୂଚନାଯୋଗ୍ୟ ଯେ, ଅନେକ ସମୟରେ କୌଣସି ଗାଡ଼ି ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ଲୋକମାନେ ତଳେ ପଡ଼ିଥିବା ଜିନିଷକୁ ବୋହି ନେଇଥାନ୍ତି । ପୂର୍ବରୁ ଏଭଳି କିଛି ଘଟଣାର ଉଦାହରଣ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.