fbpx

ଆତଙ୍କବାଦ ଉପରେ ସରକାରଙ୍କ ବଡ ଆକ୍ସନ: ମୁସଲିମ ଲିଗ୍ ଜାମ୍ମୁ କାଶ୍ମୀର ସଂଗଠନକୁ ବ୍ୟାନ କଲା କେନ୍ଦ୍ର

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ମୁସଲିମ ଲିଗ ଜାମ୍ମୁ କାଶ୍ମୀରକୁ ବେଆଇନ ସଂଘ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣା ଦେଶର ଗୃହ ମନ୍ତ୍ରୀ ଅମିତ ଶାହା ନିଜ ଏକ୍ସ ଆକାଉଁଣ୍ଟରେ ପୋଷ୍ଟ କରିଛନ୍ତି । ଏଥି ସହ ସେ ଏହି ସଂଘକୁ ନେଇ କହିଛନ୍ତି ଯେ, ଆତଙ୍କବାଦୀ ଗତିବିଧିକୁ ସମର୍ଥନ କରୁଛନ୍ତି ଏବଂ ଲୋକମାନଙ୍କୁ ଉସୁକାଉଛନ୍ତି ।

ଗୃହ ମନ୍ତ୍ରୀ ଅମିତ ଶାହ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ମୁସଲିମ ଲିଗ ଜାମ୍ମୁ-କାଶ୍ମୀର(ମାସରାଟ ଆଲାମ ଦଳ)/ ..କୁ .. ଅଧୀନରେ ଏକ ବେଆଇନ ସଂଗଠନ ବୋଲି ଘୋଷିତ କରାଯାଇଛି । ଏହି ସଂଗଠନ ଏବଂ ଏହାର ସଦସ୍ୟମାନେ ଜାମ୍ମୁ-କାଶ୍ମୀରରେ ଜାତୀୟ ବିରୋଧୀ ତଥା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଜଡିତ ହେବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରନ୍ତି ଏବଂ ଜାମ୍ମୁ-କାଶ୍ମୀରରେ ଇସଲାମିକ ଶାସନ ପ୍ରତିଷ୍ଠା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରନ୍ତି ।

ଗୃହ ମନ୍ତ୍ରୀ ଅମିତ ଶାହା ଆଗକୁ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବାର୍ତ୍ତା ଉଚ୍ଚ ସ୍ୱର ଏବଂ ସ୍ପଷ୍ଟ ଯେ, ଦେଶ ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କ୍ଷମା କରାଯିବ ନାହିଁ ।

Get real time updates directly on you device, subscribe now.