fbpx

ଭାରତର ବଡ଼ ସଫଳତା: କତରରେ ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ଉପରୁ ଟଳିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: କତରରେ ନୌସେନାର ୮ ପୂର୍ବତନ ସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାମଲାରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । କତର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡକୁ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ନୌସେନା ଅଧିକାରୀଙ୍କ ପରିବାର ପାଇଁ ଏହା ଏକ ବଡ ସଫଳତା ବୋଲି ବିବେଚନା କରାଯାଉଛି ।

କତରରେ ମୃତ୍ୟୁଦଣ୍ଡ ପାଇଥିବା ନୌସେନାର ୮ ଜଣ ଭାରତୀୟ ସେଠାରେ ଥିବା ଅଲ ଦହରା କମ୍ପାନୀରେ କାର୍ଯ୍ୟ କରିଥିଲେ । ଅକ୍ଟୋବର ମାସରେ କତର କୋର୍ଟ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ସେବେଠାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ପୂର୍ବତନ ଅଧିକାରୀମାନଙ୍କୁ ସାହାଯ୍ୟ କରିବାରେ ଲଗାତାର ଭାବରେ ନିୟୋଜିତ ଥିଲା ଏବଂ ଏହି ଘଟଣାରେ ତୀକ୍ଷ୍ଣ ନଜର ରଖିଥିଲା । ଏବେ ମୃତ୍ୟୁଦଣ୍ଡ ଆଦେଶକୁ କୋହଳ କରାଯାଇଛି । କତରରେ ଭାରତୀୟ ରାଜଦୂତ, ଅନ୍ୟ ଅଧିକାରୀମାନେ କୋର୍ଟରେ ଉପସ୍ଥିତ ଥିଲେ । ବିଦେଶ ମନ୍ତ୍ରଣାଳୟ କହିଛି କି, ମାମଲା ଆରମ୍ଭରୁ ଭାରତ ସରକାର ଦଣ୍ଡିତ ଭାରତୀୟଙ୍କ ସହ ଥିଲେ ଓ ଆଗକୁ ମଧ୍ୟ ରହିବେ ।

Get real time updates directly on you device, subscribe now.