fbpx

ବିଗ୍ ବସ୍ ଘରେ ବିଗ୍ ଡ୍ରାମା, ସଲମାନଙ୍କ ଗାଳିରେ ସିଧା ଯାଇ ହସ୍ପିଟାଲରେ ପହଞ୍ଚିଲେ ପ୍ରତିଯୋଗୀ

ବିଗ୍ ବସ୍ ୧୭ ଘରେ ପ୍ରତିଦିନ କିଛି ନା କିଛି ଡ୍ରାମା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ସଲମାନ୍ ଖାନ୍ ପ୍ରତିଯୋଗୀ ଆୟେଶା ଖାନଙ୍କ ଉପରେ ରାଗୁ ଥିବାର ଦେଖାଯାଉଛି । ଏବେ ଖବର ମିଳିଛି କି ବିଗ ବସ୍ ଘରେ ଆୟେଶା ଖାନ୍ ଗତ ରାତିରେ ବେହୋସ୍ ହୋଇଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ଚେକଅପ୍ କରାଯାଇଥିଲା । ଚେକଅପ୍ ପରେ ସେ କିଛି ସମୟ ବିଶ୍ରାମ ନେଇଥିଲେ । ଏବେ ସେ ବିଗବସ୍ ଘରକୁ ଫେରି ଆସିଛନ୍ତି ।

ବିଗବସ୍ ୧୭ର ୱିକ୍ ଏଣ୍ଡ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଥିରେ ସଲମାନ ଆୟେଶା ଓ ମୁନଭରଙ୍କ ଉପରେ ରାଗୁଥିବା ନଜର ଆସୁଛି । ସେ ଉଭୟଙ୍କ ସଂପର୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ଆୟେଶାଙ୍କୁ ସଲମାନ ପଚାରୁଛନ୍ତି ତାଙ୍କର ଶୋ’ରେ ଆସିବାର ଉଦ୍ଦେଶ୍ୟ କ’ଣ ରହିଛି । ସଲମାନ ମୁନଭର ଓ ଆୟେଶାଙ୍କୁ ସେମାନଙ୍କ ସଂପର୍କ ବିଷୟରେ ବି କହିଛନ୍ତି । ମୁନଭରଙ୍କୁ ସଲମାନ ପଚାରିଛନ୍ତି କି ସେ ଆୟେଶାଙ୍କ କାର୍ଯ୍ୟକଳାପକୁ ନେଇ ଚୁପ୍ କାହିଁକି ରହିଛନ୍ତି । ସଲମାନ କହିଥିଲେ ମୁନଭର କାନ୍ଦୁଥିବା ବେଳେ ଆୟେଶା ତାଙ୍କ ସହ ମଜାକ୍ କରି ଚାଲିଛନ୍ତି । ଅତି କମ୍‌ରେ ଏଠାରେ ବି ପାର୍ଟନର ପ୍ରତି ସଚ୍ଚୋଟତା ରକ୍ଷା କର ବୋଲି ସେ ଆୟେଶାଙ୍କୁ କହିଥିଲେ ।

ମୁନଭର ଫାରୁକୀ ଓ ଆୟେଶା ଖାନଙ୍କ ବିରୁଦ୍ଧରେ ଗତ କିଛିଦିନ ହେବ ବେଶ୍ ଡ୍ରାମା ଦେଖିବାକୁ ମିଳିଥିଲା । ଏବେ ଉଭୟଙ୍କ ରୋମାଣ୍ଟିକ ସଂପର୍କର ଦିଗ ସାମ୍ନାକୁ ଆସିଛି । ଏହାଦ୍ୱାରା ହୋଷ୍ଟ ସଲମାନ ଖାନ୍ ବିଶେଷ ଖୁସି ନାହାନ୍ତି ।

Get real time updates directly on you device, subscribe now.