fbpx

ନୂଆବର୍ଷରେ ଛାଡି ଦିଅନ୍ତୁ ସକାଳ-ସଂଧ୍ୟାର ଚାହା, କେବଳ ଏତିକି ଦିନରେ ହୋଇଯିବେ କୋଟିପତି, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଚାହା ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଜାଣି ମଧ୍ୟ ଲୋକମାନେ ଏଥିପାଇଁ ପାଗଳ । ସକାଳ-ସଂଧ୍ୟା ଏବଂ କିଛି କାମ ନ ଥିବା ସମୟରେ ଚାହା ପିଇବା ବର୍ତ୍ତମାନ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏହା ସତ୍ତେ୍ୱ ଏହି ଲୋକେ ଚାହା ଛାଡିପାରୁନାହାନ୍ତି । ଜଣେ ବ୍ୟକ୍ତି ଦିନକୁ ଅତିକମରେ ୧୦ ଟଙ୍କାର ଚାହା ପିଉଛି । ଯଦି ଏହାକୁ ସେ ଦୁଇଥର ପିଉଛି ତେବେ ୨୦ ଟଙ୍କା ଖର୍ଚ୍ଚ କରୁଛି । କିଛି ଲୋକ ଦିନରେ ବହୁବାର ଚାହା ପିଅନ୍ତି ।

ଯଦି ଘରେ ପ୍ରସ୍ତୁତ କରୁଛନ୍ତି ତେବେ ଏଥିରେ ଚାହା, ଚିନି ଏବଂ କ୍ଷୀରରେ ଅଧିକ ଖର୍ଚ୍ଚ ହୁଏ । ଯାହାକି ଆପଣ ଜାଣିପାରନ୍ତି ନାହିଁ । ହେଲେ ଆପଣ ଜାଣିଛନ୍ତି କି, ନୂଆ ବର୍ଷରେ ଚାହା ପିଇବାକୁ ଯଦି ବନ୍ଦ କରିବା ତେବେ ଆମକୁ ବହୁ ପ୍ରକାର ଫାଇଦା ମିଳିବା ସହ ଆର୍ଥିକ ସଞ୍ଚୟ ମଧ୍ୟ କରିପାରିବେ । ଯଦି ଆପଣ ଚାହା ନ ପିଅନ୍ତି ତେବେ ଆପଣ କୋଟିପତି ହୋଇଯିବେ । ଆସନ୍ତୁ ପୂରା ଫର୍ମୁଲା ଜାଣିବା ।

ଯଦି ଜଣେ ଯୁବକ ବା ଯୁବତୀ ଦୈନିକ ଚାହା ପିଉଛି ୨୦ ଟଙ୍କାର ତେବେ ମାସିକ ସେ ୬୦୦ ଟଙ୍କା କେବଳ ଚାହାରେ ଖର୍ଚ୍ଚ କରୁଛି । ଏହି ଟଙ୍କାକୁ ଆପଣ ମ୍ୟୁଚୁଆଲ ଫଣ୍ଡରେ ପ୍ରତି ମାସରେ ନିବେଶ କରିବା ଆବଶ୍ୟକ । ୨୦ ଟଙ୍କା ଲଗାତାର ଯଦି ୪୦ ବର୍ଷ ହୁଏ ତେବେ ଆପଣ ୧୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ କରିପାରିବେ । ହିସାବ ଅନୁଯାୟୀ, ଏହି ନିବେଶରେ ଯଦି ଆପଣଙ୍କୁ ୧୫ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ମିଳିଥାଏ ତେବେ ପୁଣି ୪୦ ବର୍ଷ ପରେ ସମୁଦାୟ ଫଣ୍ଡରେ ୧.୮୮ କୋଟି ଟଙ୍କା ହୋଇଯିବ । ଏହା ୪୦ ବର୍ଷ ମଧ୍ୟରେ ସମୁଦାୟ ଫଣ୍ଡ ୧.୮୮ କୋଟି ଟଙ୍କାର ହୋଇଯିବ । ଏହା ୪୦ ବର୍ଷରେ ୨,୮୮,୦୦ ଟଙ୍କା ସଞ୍ଚୟ ଜମା କରିବେ । ସେହିପରି ଯଦି ଆପଣ ମାସିକ ୬୦୦ ଟଙ୍କାର ଏସଆଇପିରେ ୨୦ ପ୍ରତିଶତର ରିଟର୍ଣ୍ଣ ମିଳୁଛି ତେବେ ୪୦ ବର୍ଷ ପରେ ଆପଣ ସମୁଦାୟ ୧୦.୨୧ କୋଟି ଟଙ୍କା ସଞ୍ଚୟ କରିପାରିବେ ।

Get real time updates directly on you device, subscribe now.