fbpx

ଭୁବନେଶ୍ୱର-କଟକ ମେଟ୍ରୋ ରେଳରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ବାରଙ୍ଗ ରତାଗଡ଼ଠାରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଯୋଗାଯୋଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ ବୋଲି କହିଛନ୍ତି । ସେ କହିଛନ୍ତି, ମେଟ୍ରୋ ରେଳପ୍ରକଳ୍ପ ଦ୍ୱାରା କଟକ-ଭୁବନେଶ୍ୱର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବା ସହ ପୁରୁଣା ଓ ନୂଆ ରାଜଧାନୀ ମଧ୍ୟରେ ମଧ୍ୟ ଯୋଗାଯୋଗ ସ୍ଥାପନ ହେବ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୨୬କିଲୋମିଟର ମେଟ୍ରୋ ରେଳ ରାସ୍ତା ପ୍ରକଳ୍ପ ନିର୍ମାଣ କରାଯିବ । ଏହି ରାସ୍ତାରେ କ୍ୟାପିଟାଲ ହସ୍‍ପିଟାଲ, ରାଜମହଲ, ଜୟଦେବ ବିହାର ଏବଂ ପଟିଆ ଛକ ସହିତ ୨୦ଟି ମେଟ୍ରୋ ଷ୍ଟେସନ ତିଆରି ହେବ  । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୬ହଜାର ୨୫୫କୋଟି ଟଙ୍କା ଖର୍ଚ୍ଚ କରିବେ । ଆସନ୍ତା ୪ ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ରେଳ ତିଆରି ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଏବଂ ଦିଲ୍ଲୀ ମେଟ୍ରୋ ରେଳ ନିଗମ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି  ।

ସୂଚନାଯୋଗ୍ୟ, ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଲାଗି ମାଷ୍ଟର ପ୍ଲାନ୍‍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.