fbpx
BSKY SKY
BSKY SKY

ଲାରିପାଲି ଜଙ୍ଗଲ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା; ବୁର୍ଲା ହସ୍‌ପିଟାଲ୍‌ରେ ହେଲା ଏକୋଇଶିଆ-ନାମକରଣ

BSKY

ବୁର୍ଲା: (ଓଡ଼ିଶା ଭାସ୍କର) ଚର୍ଚ୍ଚିତ ଖବର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲ ଶିଶୁକନ୍ୟା ଉଦ୍ଧାର ଘଟଣା। ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା ଶିଶୁକନ୍ୟା। ଡାକ୍ତରଖାନା ପରିସରରେ ଆଜି  ତାହାର ଏକୋଇଶିଆ ପାଳନ କରାଯାଇଛି। ଏହା ସହ ତା’ର ନାମକରଣ କରାଯାଇଛି, ନାଁ ରଖାଯାଇଛି ‘ ବିଜୟିନୀ’। ଏବେ ବୁର୍ଲା ବଡ଼ ଡାକ୍ତରଖାନାର SNCUରେ ଚିକିତ୍ସିତ ହେଉଛି ଶିଶୁ କନ୍ୟା। ସବୁଠୁ ବଡ଼ କଥା ହେଉଛି ଆଜି ଡାକ୍ତରଖାନା ପକ୍ଷରୁ ତା’ର ଏକୋଇଶିଆ ପାଳନ କରାଯାଇଥିଲା।

ଏଥିରେ ହସ୍ପିଟାଲକ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ କେକ୍‌ କଟା ଯାଇଥିଲା ଓ ମିଠା ବଣ୍ଟା ଯାଇଥିଲା। ସୂଚନା ଅନୁସାରେ ବିଜୟିନୀର ସ୍ଵାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ହେବା ସହ ତା’ ଓଜନ ମଧ୍ୟ ବୃଦ୍ଧି ପାଉଛି। ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ। ୬ ଘଣ୍ଟାର ଅପରେସନ ପରେ ତାକୁ ଉଦ୍ଧାର କରାଯାଇଥିଲା।

Get real time updates directly on you device, subscribe now.