fbpx

(Video) କ’ଣ ସତରେ ମାସୁଦ ଅଜହରଙ୍କର ମୃତ୍ୟୁ ଘଟିଛି? ବିସ୍ଫୋରଣ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଟ୍ୱିଟରର ବର୍ଷା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦାବି କରାଯାଉଛି ଯେ, ସୋମବାର ଦିନ ପାକିସ୍ତାନରେ ହୋଇଥିବା ବୋମା ବିସ୍ଫୋରଣରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଅଜହରଙ୍କର ମୃତ୍ୟୁ ଘଟିଛି । ଏହି ବ୍ଲାଷ୍ଟ ପରେ ସୋସିଆଲ ମିଡିଆରେ ଲଗାତାର ଏନେଇ ଚର୍ଚ୍ଚା ଚାଲିଛି । ମୌଲାନା ମାସୁଦ ଅଜହର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ଅଟନ୍ତି । ଏପର୍ଯ୍ୟନ୍ତ ମାସୁଦଙ୍କୁ ନେଇ କୌଣସି ଅଫିସିଆଲ ବିବୃତ୍ତି ସାମ୍ନାକୁ ଆସିନାହିଁ ।

ପାକିସ୍ତାନୀ ସୋସିଆଲ ମିଡିଆରେ ଚାଲୁଥିବା ଅସ୍ପଷ୍ଟ ରିପୋର୍ଟ ମୁତାବକ, ଜୈଶ ସରଗନା ମାସୁଦ ଅଜହର ଭାବଲପୁର ମସଜିଦରୁ ଫେରୁଥିଲେ । ଏତିକି ବେଳେ ସକାଳ ୫ଟା ହୋଇଥିଲା । କିଛି ଅଜଣା ଲୋକେ ବୋମା ପକାଇଥିଲେ, ଯେଉଁଥିରେ ମାସୁଦ ଅଜହରଙ୍କ ଜୀବନ ଚାଲିଯାଇଛି ।
ଜଣେ ୟୁଜର ଲେଖିଛନ୍ତି ଯେ, ଅସ୍ପଷ୍ଟ ରିପୋର୍ଟ ମୁତାବକ, କଧାର ହାଇଜ୍ୟାକ ମାସୁଦ ଅଜହର ସକାଳ ୫ଟା ସମୟରେ ଏକ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଛନ୍ତି । ପିୟୁଷ ସିଂହ ନାମକ ଜଣେ ୟୁଜର ଏହା ଲେଖିଛନ୍ତି ଯେ, ଦାଉଦ ଇବ୍ରାହିମଙ୍କ ପରେ ଏବେ ଅଜ୍ଞାତ ଆକ୍ରମଣରେ ନୂଆ ବର୍ଷ ସକାଳ ୫ଟାରେ ବୋମା ଆକ୍ରମଣ କରି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଏବଂ କଧାର ହାଇଜ୍ୟାକ ମସୁଦ ଅଜହରଙ୍କୁ ୭୨ ହୂରୋ ପାଖକୁ ପଠାଯାଇଛି । ନୂଆ ବର୍ଷ ଉପହାର ପାଇଁ ଅଜ୍ଞାତ ଆକ୍ରମଣକାରୀଙ୍କୁ ଧନ୍ୟବାଦ ।

ଏହା ପୂର୍ବରୁ ନଭେମ୍ବର ୨୦୨୩ରେ ଅଜହରର ରାଇଟ ହେଡ ମୌଲାନା ରହୀମୂଲ୍ଲା ତାରୀକଙ୍କୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି । ଗତ କିଛି ସମୟରେ ପାକିସ୍ତାନରେ ଅଜଣା ଆକ୍ରମଣକାରୀ ବହୁ ୱାଣ୍ଟେଡ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏପର୍ଯ୍ୟନ୍ତ ପାକିସ୍ତାନ କାହାକୁ ମଧ୍ୟ ଧରିବା ପାଇଁ ସଫଳ ହୋଇନାହିଁ ।

 

 

Get real time updates directly on you device, subscribe now.