fbpx

ଜାପାନ ପରେ ଏବେ ଭୂମିକମ୍ପରେ ଦୋହଲିଲା ଆର୍ଜେଣ୍ଟିନା, ଏତିକି ରହିଛି ତୀବ୍ରତା

ନୂଆଦିଲ୍ଲୀ: ଜାପାନ ପରେ ବୁଧବାର (ଜାନୁଆରୀ ୩) ଆର୍ଜେଣ୍ଟିନାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ଥିଲା। ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ଦେଇନାହାଁନ୍ତି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂତତ୍ତ୍ୱ କେନ୍ଦ୍ର କହିଛି ଯେ, ଏହି ଭୂକମ୍ପ ୧୨୭ କିଲୋମିଟର (୭୮.୯୧ ମାଇଲ) ଗଭୀରତାରେ ଘଟିଛି। ଏହି ଭୂକମ୍ପର ସବୁଠାରୁ ବଡ ପ୍ରଭାବ ଆର୍ଜେଣ୍ଟିନାର ଲା ରିଓଜା ଅଞ୍ଚଳରେ ଘଟିଛି।

Get real time updates directly on you device, subscribe now.