fbpx

ଭଉଣୀକୁ ବିବାହ କରିବାକୁ ଜିଦି କରି ବସିଲା ଭାଇ, ମନା କରିବାରୁ LLB ଛାତ୍ରୀଙ୍କ କଲା ଏପରି ଅବସ୍ଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଭାଇ ଭଉଣୀଙ୍କ ସଂପର୍କକୁ କଳଙ୍କିତ କରି ଦେଇଛନ୍ତି । ବିବାହ କରିବାକୁ ମନା କରିବାରୁ ଜଣେ ଯୁବକ ନିଜେ ପିଉସୀଙ୍କ ଝିଅକୁ ଛୁରୀ ଭୁସି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏବେ ଛାତ୍ରୀଙ୍କୁ ଅତ୍ୟନ୍ତ ଗମ୍ଭୀର ଅବସ୍ଥାରେ ଚିକିତ୍ସା ଲାଗି ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ସହରର କୋତୱାଲି ଅନ୍ତର୍ଗତ ଡିଏମ୍ କଲୋନୀରେ ଘଟିଯାଇଛି । ପୋଲିସ କହିଛି ଡିଏମ୍ କଲୋନୀରେ ନିଜ ମାମୁଁଙ୍କ ଘରେ ରହି ଏଲ୍‌ଏଲ୍‌ବି ପଢୁଥିବା ୨୫ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ମାମୁଁଙ୍କ ପୁଅ ଜ୍ଞାନ ପ୍ରକାଶ(୨୬ବର୍ଷ) ଶୁକ୍ରବାର ସନ୍ଧ୍ୟାରେ ଛୁରୀ ଭୁସି ହତ୍ୟା ଉଦ୍ୟମ କରିଥିଲେ । ପୀଡିତାଙ୍କ ଘର ଜାଲୌନ ଜିଲ୍ଲାରେ । ଯୁବତୀଙ୍କୁ ଗମ୍ଭୀର ଅବସ୍ଥାରେ ରାଜକୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତର କହିଛନ୍ତି ।

ପୋଲିସ କହିଛି ଯୁବତୀ ଓ ତାଙ୍କ ମାମୁଁ ପୁଅ ଭାଇ ଏକ ସଙ୍ଗେ ଗୋଟିଏ କଲେଜରେ ଲ’ ପଢୁଥିଲେ । ଉଭୟ LLB ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଥିଲେ । କିନ୍ତୁ ଯୁବକଙ୍କ ମନ ମଧ୍ୟରେ କେତେବେଳେ ଯୁବତୀଙ୍କ ପ୍ରତି ପ୍ରେମ ସୃଷ୍ଟି ହୋଇଛି ତାହା ସେ ଜାଣି ନ ଥିଲେ । ଅଚାନକ ସେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହାପରେ ରାଗରେ ଯୁବକ ଏକ ଛୁରୀରେ ଯୁବତୀଙ୍କ ଗଳାକୁ ଆକ୍ରମଣ କରିଥିଲା । ଯୁବତୀ ଲହୁଲୁହାଣ ହୋଇ ତଳେ ପଡିଯାଇଥିଲେ । ଏହାଦେଖି ଯୁବକ ସେଠାରୁ ଫେରାର ହୋଇଯାଇଥିଲା । ଏବେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଯୁବକଙ୍କୁ ସନ୍ଧାନ କରୁଛି ।

Get real time updates directly on you device, subscribe now.