fbpx
BJD SKY
BJD SKY

ସୋସିଆଲ ମିଡିଆରେ ଆତ୍ମହରା କରୁଛି କୁନି କୃଷ୍ଣଙ୍କ AI ନିର୍ମିତ ଫଟୋଚିତ୍ର; Wallpaper ରଖୁଛନ୍ତି ଅଧିକାଂଶ ଲୋକ

BJD

ଭୁବନେଶ୍ୱର: ଭାରତବର୍ଷର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ। ଆମ ଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଶ୍ରୀକୃଷ୍ଣଙ୍କୁ ନେଇ ଗଢ଼ି ଉଠିଛି। ଶ୍ରୀକୃଷ୍ଣ ହେଉଛନ୍ତି ଚଳନ୍ତି ଭଗବାନ । ପଦ୍ମ ପରି ସୁନ୍ଦର ଚକ୍ଷୁ; ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ; ବକ୍ଷସ୍ଥଳରେ ଶ୍ରୀବତ୍ସ ଚିହ୍ନ; ଗଳାରେ କୌସ୍ତୁଭ ମଣି; ପୀତାମ୍ବର; ସଜଳ ଜଳଦ ମୂର୍ତ୍ତି; ମହାର୍ଘ ବୈଦୁର୍ଯ୍ୟମଣି ଶୋଭିତ କିରୀଟ ଓ କୁଣ୍ଡଳ; କୁଞ୍ଚିତ କେଶରାଜି; ଉଜ୍ଜ୍ୱଳ କଟିବସ୍ତ୍ର; ବାଜୁବନ୍ଧ ଓ କଙ୍କଣ। ତେବେ ହଜାରେ ବର୍ଷର ଇତିହାସ ପୃଷ୍ଠାକୁ ତନ୍ନ ତନ୍ନ କରି ଦେଖିଲେ ବି ଶ୍ରୀକୃଷ୍ଣଙ୍କ ରହସ୍ୟ କେହି ଜାଣିପାରିବେ ନାହିଁ । କାରଣ ଅନ୍ଧବିଶ୍ୱାସ ନୁହେଁ ବିଶ୍ୱାସରେ ମିଳନ୍ତି ଭାବର ଠାକୁର ଶ୍ରୀକୃଷ୍ଣ।

ତାଙ୍କୁ ଯିଏ ଯେଉଁ ଭାବରେ ଡାକିଲା ତାକୁ ସେଇ ରୂପରେ ଦେଖା ଦିଅନ୍ତି। ତେବେ କୁନି କୃଷ୍ଣଙ୍କ କିଛି Artificial intelligence (AI) ନିର୍ମିତ ଫଟୋଚିତ୍ର ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରାୟ ସମସ୍ତେ ନିଜ ନିଜର Facebook, Instagram ଓ Whatsapp status ରେ ଏହି ଫଟୋଚିତ୍ରକୁ ସେୟାର କରିଛନ୍ତି । ଏହା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ ପିଲା ବେଳର ଭାବକୁ ପ୍ରକାଶ କରିଛନ୍ତି। ଫଟୋରେ ଥିବା ଏଫଟୋ ସମସ୍ତଙ୍କୁ ବେଶ ବିମୋହିତ କରିଛି । ଅଧିକାଂଶ ଲୋକ ମୋବାଇଲ୍ Wallpaper ରେ ରଖୁଛନ୍ତି ।

 

Get real time updates directly on you device, subscribe now.