fbpx

ବୈବାହିକ ଜୀବନକୁ କରିବାକୁ ଚାହୁଁଛନ୍ତି ସୁଖମୟ! ତେବେ କରନ୍ତୁ ଏହି ଉପାୟ, ମିଳିବ ଲାଭ

ବର୍ତ୍ତମାନ ସମୟରେ ଦ୍ରୁତଗତିରେ ଦୌଡ଼ୁଥିବା ସମୟରେ ଲୋକମାନଙ୍କ ପାଖରେ ନିଜ ସମ୍ପର୍କ ପାଇଁ ସମୟ ନାହିଁ । ଏହି କାରଣରୁ ବର୍ତ୍ତମାନ ଅଧିକ ବ୍ରେକଅପ ଏବଂ ବିବାହ ବିଚ୍ଛେଦ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ କିଛି ଏପରି ଉପାୟ ମଧ୍ୟ ରହିଛି ଯାହା ଦ୍ୱାରା ଆପଣ ନିଜର ସମ୍ପର୍କକୁ ବଞ୍ଚାଇ ପାରିବେ । ଆପଣ ଧୀରେ ଧୀରେ ବିବାହିତ ଜୀବନରେ ଆଗକୁ ବଢ଼ିବା ସହିତ ଏହା କରିବା ଦ୍ୱାରା ଆପଣ ଆପଣଙ୍କ ପାର୍ଟନରଙ୍କ ସହିତ ନିଜ ସମ୍ପର୍କକୁ ମଧ୍ୟ ମଜବୁତ କରିପାରିବେ ।

ଯୋଗାଯୋଗ- ଏକ ସୁଖମୟ ବୈବାହିକ ଜୀବନରେ ଯୋଗାଯୋଗ ରହିବା ବେଶ ଜରୁରୀ । ଏଥିପାଇଁ ଆପଣଙ୍କ ପାର୍ଟନର ଆପଣଙ୍କ କଥାକୁ ଭଲ ଭାବରେ ଶୁଣନ୍ତୁ ଏହା ବେଶ ଜରୁରୀ । ବିଚାର ଏବଂ ଭାବନାକୁ ଖୋଲିକରି ବ୍ୟକ୍ତ କରିବା ମଧ୍ୟ ବେଶ ଜରୁରୀ । ଏହା ସହିତ ସମ୍ପର୍କରେ କୌଣସି ସମସ୍ୟ।। ଆସିଲେ ଏକା ସାଥୀରେ ଏହାର ସମାଧାନ କରିବା ଜରୁରୀ ।

କ୍ୱାଲିଟି ଟାଇମ- ପ୍ରତିଦିନର ବ୍ୟସ୍ତବହୁଳ ଜୀବନରେ କିଛି ଅନ୍ତରଙ୍ଗ ବା କ୍ୱାଲିଟି ଟାଇମ ବିତାଇବା ବେଶ ଜରୁରୀ । ତେବେ ଏଥିପାଇଁ ସପ୍ତାହରେ ଅତିକମରେ ଥରେ ବାହାରକୁ ରାତ୍ରିଭୋଜନ ପାଇଁ ଯାଆନ୍ତୁ । ଏହା ଦ୍ୱାରା ଆପଣଙ୍କୁ କିଛି ଏକାନ୍ତ ସମୟ ବିତାଇବାକୁ ମିଳିବ । କିମ୍ବା ଆପଣ ୱିକେଣ୍ଡରେ କେଉଁଠାକୁ ବୁଲିବାକୁ ମଧ୍ୟ ଯାଇପାରିବେ । ତେବେ ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବ ।

ପରସ୍ପର ପ୍ରତି ସମ୍ମାନ- ଜଣେ ଅନ୍ୟଜଣଙ୍କର ବ୍ୟକ୍ତିତ୍ୱକୁ ଜାଣିବା ଏବଂ ତାହାକୁ ସମ୍ମାନ କରିବା ବହୁତ ଜରୁରୀ ହୋଇଥାଏ । ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ବେଶ ଆବଶ୍ୟକ ହୋଇଥାଏ । ଏହା ଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଏପରି ପରିସ୍ଥିତି ହୋଇତାଏ ଯେଉଁଥିରେ ଆପଣ ଜଣେ ଅନ୍ୟ ଜଣଙ୍କୁ ବୁଝିବାକୁ ସକ୍ଷମ ହୋଇଥାନ୍ତି । ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ମଧ୍ୟ ଦୃଢ଼ ହୋଇଥାଏ ।

ବିଶ୍ୱାସ ଏବଂ ସଚ୍ଚୋଟତା- ବିଶ୍ୱାସ ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହୋଇଥାଏ । ନିଜ ପାର୍ଟନରଙ୍କ ସହିତ ସଚ୍ଚୋଟତା ବଜାୟ ରଖିବା ଦ୍ୱାରା ସମ୍ପର୍କରେ ବିଶ୍ୱାସ ବଢ଼ିଥାଏ । ଏହା ସହିତ ଆପଣଙ୍କ ବୈବାହିକ ଜୀବନ ମଧ୍ୟ ବେଶ ଭଲରେ କଟିଥାଏ ।

ପ୍ରଶଂସା କରିବା- ସମୟ ସମୟରେ ନିଜ ପାର୍ଟନରଙ୍କର ପ୍ରଶଂସା କରିବା ଦ୍ୱାରା ସମ୍ପର୍କ ଉପରେ ବେଶ ଭଲ ପ୍ରଭାବ ପକାଇଥାଏ । ତେବେ ସମ୍ପର୍କରେ ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଛୋଟଛୋଟ ଚେଷ୍ଟାକୁ ଜାଣି ଆପଣଙ୍କୁ ପ୍ରଶଂସା କରୁଛନ୍ତି ତେବେ ସମ୍ପର୍କ ଦୃଢ଼ ହୋଇଥାଏ ।

ଘନିଷ୍ଠତା- ଏକ ଭଲ ବା ସୁସ୍ଥ ବୈବାହିକ ଜୀବନ ପାଇଁ ଶାରିରୀକ ଏବଂ ମାନସିକ ସ୍ତରରେ ଘନିଷ୍ଠତା ବେଶ ଆବଶ୍ୟକ । ବେଳେ ବେଳେ ନିଜ ପାର୍ଟନରଙ୍କ ପ୍ରତି ମନରେ ଥିବା ପ୍ରେମକୁ ବ୍ୟକ୍ତ କରିବା ଦ୍ୱାରା ସମ୍ପର୍କ ଦୃଢ଼ ହେବା ସହିତ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

Get real time updates directly on you device, subscribe now.