fbpx
BSKY SKY
BSKY SKY

ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

BSKY

ପୁରୀ: ଆଜିଠାରୁ ରାଜ୍ୟବ୍ୟାପି ଶ୍ରୀ ଜଗନ୍ନାଥ ରଥ ପରିକ୍ରମା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ଯାତ୍ରୀ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ଏହି ପରିକ୍ରମା କରାଯିବ । ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ।

ସୂଚନାରୁ ପ୍ରକାଶ ଶ୍ରୀ ଜଗନ୍ନାଥ ରଥ ରାଜ୍ୟର ସମସ୍ତ ପଂଚାୟତ, ବିଜ୍ଞାପିତ ଅଂଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ । ତେବେ ଶନିବାର ଏହି ରଥ ପୁରୀ ସଦର ବ୍ଲକ ୨୫ ନମ୍ବର ଜୋନ ଅନ୍ତର୍ଗତ ତଳଜଙ୍ଗ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ ଅନ୍ତର୍ଗତ ଗୋପୀନାଥପୁର ଓ କାଶୀହରିପୁର ଏବଂ ୨୭ ନମ୍ବର ଜୋନ ଅନ୍ତର୍ଗତ ବାଲିପୁଟ ଓ ରାଏଗୋରଡା ପଂଚାୟତରେ ପରିକ୍ରମା କରିବ । ପିଇଓ ଓ ଜିଆର୍ଏସମାନେ ପଂଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ୱ ନିର୍ବାହ କରିବେ ।

Get real time updates directly on you device, subscribe now.