fbpx

(video)ନା ବ୍ୟାଣ୍ଡବାଜା ନା ମ୍ୟୁଜିକ୍ ତଥାପି ଧୁମ୍ ନାଚିଲେ ବରଯାତ୍ରୀ, ଭାଇରାଲ୍ ହେଲା ଭିଡିଓ

ସୋସିଆଲ ମିଡିଆ ପରି ବିବାହରେ ବି ପ୍ରତିଦିନ ନୂଆ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏକ ବିବାହରେ ଏପରି ଏକ ଅଭିନବ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ଇନଷ୍ଟାଗ୍ରାମରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ସେରୱାନୀ ଓ ଲେହେଙ୍ଗାରେ ସଜ୍ଜିତ ସମସ୍ତ ବରଯାତ୍ରୀ ବିନା ମ୍ୟୁଜିକରେ ନୃତ୍ୟ କରି ଚାଲିଛନ୍ତି । ତେବେ ଏମାନେ ବିନା ସଙ୍ଗୀତରେ କିପରି ଏତେ ସୁନ୍ଦର ନୃତ୍ୟ କରୁଛନ୍ତି ।

କିନ୍ତୁ ପ୍ରକୃତ କଥା ହେଉଛି ଏହା ଏକ ସାଇଲେଣ୍ଟ ବରଯାତ୍ରୀ । ଏହି ଲୋକମାନେ ସମସ୍ତେ ହେଡଫୋନ୍ ଲଗାଇଛନ୍ତି ଯେଉଁଥିରେ ଗୋଟିଏ ହିଁ ଗୀତ ବାଜୁଛି । ଏହା ପୁରା ସାଇଲେଣ୍ଟ ଡିସ୍କୋ ପରି ଥିଲା । ଏହି ସାଇଲେଣ୍ଟ ଡିସ୍କୋ ଶବ୍ଦ ପ୍ରଦୂଷଣରୁ ମୁକ୍ତି ଦେବା ପାଇଁ ଆୟୋଜିତ କରାଯାଇଥାଏ । ଏହି ଭିଡିଓରେ ଲୋକମାନେ ଆୟୋଜକଙ୍କ ସୃଜନଶୀଳତାକୁ ବେଶ୍ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.