fbpx

ପାଠ ପଢା ପାଇଁ ସରକାରଙ୍କ ଆର୍ଥିକ ସହାୟତା: +୨ ଯାଏ ଝିଅଙ୍କୁ ମିଳିବ ୧୨ ହଜାର ଟଙ୍କା!

ଓଡିଶା ଭାସ୍କର: ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସାରା ଯୋଜନା ପ୍ରଣୟନ କରାଯାଇଛି। କିଛି ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ବେଳେ ଆଉ କିଛି ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥାଏ। ଫଳରେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇଥାନ୍ତି। ତେବେ ମହିଳା ମାନଙ୍କୁ ଆତ୍ମନିର୍ଭର ଓ ଉଚ୍ଚ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ଏକ ସ୍ୱତନ୍ତ୍ର ଯୋଜନା କରାଯାଇଛି। ହିମାଚଳ ପ୍ରଦେଶ ସରକାରଙ୍କ ଏହି ଯୋଜନାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି

ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ ରାଜ୍ୟର ଝିଅମାନଙ୍କ ପାଇଁ ବେଟି ହୈ ଅନମୋଲ ଯୋଜନା (Beti Hai Anmol Yojana) ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ହିମାଚଳ ପ୍ରଦେଶର ଝିଅମାନଙ୍କୁ ସେମାନଙ୍କ ପାଠ ପଢା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେବେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ପ୍ରତ୍ୟେକ ଝିଅଙ୍କୁ ଏହି ଯୋଜନା ମାଧ୍ୟମରେ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି।

ଲିଙ୍ଗ ଅନୁପାତରେ ଉନ୍ନତି ଆଣିବା ଏବଂ ଝିଅମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ଗୋଟିଏ ପରିବାରର ୨ ଜଣ ଝିଅ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆଉ ସବୁଠୁ ବଡ଼ କଥା ହେଉଛି ଯେ, ଏହି ଟଙ୍କା ସିଧା ସେମାନଙ୍କ ଆକାଉଣ୍ଟକୁ ପଠାଯିବ। ତେବେ ଝିଅଙ୍କୁ ୧୮ ବର୍ଷ ପୂରଣ ହେବା ପରେ ହିଁ ସେମାନେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ରାଶି ବ୍ୟାଙ୍କରୁ ସେମାନେ ଉଠାଇ ପାରିବେ।

ଏହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଜାଣନ୍ତୁ:-
ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯାଇଥିବା https://edistrict.hp.gov.in// ୱେବସାଇଟ୍‌କୁ ଯାଇ ପ୍ରଥମେ ନିଜ ନାମ ପଞ୍ଜିକରଣ କରିବାକୁ ପଡିବ। ଏଥିପାଇଁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ୍ ପ୍ରଦାନ କରିବା ପରେ ଯାଇ ନାମ ପଞ୍ଜିକରଣ ହେବ। ଏହି ଯୋଜନା ଅଧୀନରେ ହିମାଚଳ ପ୍ରଦେଶ ସରକାର, ଝିଅଙ୍କ ପୋଷ୍ଟ ଅଫିସ ଆକାଉଣ୍ଟ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ପ୍ରଦାନ କରିବେ । ଏହା ପରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଝିଅଙ୍କୁ ୩୦୦ ଟଙ୍କାରୁ ୧୨୦୦ ପର୍ଯ୍ୟନ୍ତ ଟଙ୍କା ହିମାଚଳ ପ୍ରଦେଶ ସରକାର ଦେବେ। ତେବେ ଯଦି ଏହି ଝିଅ ମାନେ ଆଗକୁ ପାଠ ପଢନ୍ତି ତେବେ ତାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ସୂଚନା ରହିଛି।

 

Get real time updates directly on you device, subscribe now.