fbpx

ପୃଥିବୀର ସବୁ ଲୋକ ହୋଇଯିବେ କୋଟିପତି… ପୃଥିବୀ ପାଖ ଏହି ଛୋଟ ଗ୍ରହରେ ଲୁଚିଛି ହୀରାର ଖଣି

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଖଣି ଖୋଜିବାରେ ଲାଗିଛି ମଣିଷ ସମାଜ । କିନ୍ତୁ ପୃଥିବୀ ବାହାରେ ଏମିତି ଅନେକ ଜିନିଷ ରହିଛି, ଯାହା ଆମକୁ ହୁଏତ ଜଣା ନଥିବ । ପୃଥିବୀ ବାହାରେ କେଉଁ ଗ୍ରହରେ ସୁନାର ଭଣ୍ଡାର ରହିଛି ତ ହୀରାର ଖଣିରେ ଭରି ରହିଛି କେଉଁ କ୍ଷୁଦ୍ର ଗ୍ରହ । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ପୃଥିବୀ ନିକଟସ୍ଥ ଏକ ଗ୍ରହରେ ହୀରା ଖଣି ଥିବା ଜାଣିବାକୁ ପାଇଛନ୍ତି । ଯଦି ଏହି ଖଣି ପୃଥିବୀବାସୀ ପାଇଯାଆନ୍ତି, ତେବେ ସମସ୍ତେ କୋଟିପତି ପାଲଟିଯିବେ । ତେବେ ଏହି ହୀରା ଖଣିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେବାରେ ଲାଗିଛି ।

ସୂଚନା ଅନୁସାରେ, ଦକ୍ଷିଣ ଚୀନ ଝୁହାଇର ସନ ୟାତ-ସେନ୍ ୟୁନିଭରସିଟିର ବୈଜ୍ଞାନିକମାନେ ବୁଧ ଗ୍ରହ ଅସାମାନ୍ୟ ଭାବରେ କଳା ହେବାର ରହସ୍ୟ ନେଇ ଏକ ବଡ଼ ଦାବି କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ଗ୍ରାଫାଇଟ ପାଇଁ ଏହି ଗ୍ରହର ରଙ୍ଗ ଏପରି କଳା ହୋଇଥାଏ । ବୁଧ ଗ୍ରହରେ ଗ୍ରାଫାଇଟର ମାତ୍ର ପୂର୍ବ ଆକଳନ ଅନୁସାରେ, କମ୍ ହୋଇପାରେ ଏବଂ ଏଠରେ ହୀରା ସହ ଏବଂ କାର୍ବନର ଅନ୍ୟ ଅଂଶ ମଧ୍ୟ ଏଠାରେ ଭର୍ତ୍ତି ହୋଇଥିବାର ସମ୍ଭାବନା ରହିଛି । ରିପୋର୍ଟରେ ବେଶେଷଜ୍ଞମାନେ କହିଛନ୍ତି ଯେ, ଯଦି ପୂର୍ବ ଗଣନା ଠିକ, ତେବେ ପୃଥିବୀ ଉପରେ ଅନେକ ହୀରା ଏବଂ ଅନ୍ୟାନ୍ୟ କାର୍ବନ ପଦାର୍ଥ ଦେଖିବାକୁ ମିଳିଥାନ୍ତା । କିନ୍ତୁ ଏହା ହୋଇନାହିଁ । ନାସାର ମେସେଞ୍ଜର ଯାନ ୨୦୧୧ ଏବଂ ୨୦୧୫ ପର୍ଯ୍ୟନ୍ତ ବୁଧ ଗ୍ରହର ରେକର୍ଡ ଉପରେ ଏହି ଅଧ୍ୟୟନ କରାଯାଇଥିଲା ।

ବୁଧ ଗ୍ରହ ସୌରମଣ୍ଡଳର ସବୁଠାରୁ ଛୋଟ ଗ୍ରହ, ଯାହା ଚନ୍ଦ୍ରମାରୁ କିଛି ମାତ୍ରାରେ ବଡ଼ ହୋଇଥାଏ । ଏହି ପଥୂରିଆ ଗ୍ରହ ପୃଥିବୀଠାରୁ ୭.୭ କୋଟି କିଲୋମିଟର ଦୂରରେ ଅବସ୍ଥିତ ରହିଛି । ଏଠାରେ ପହଞ୍ଚିବା ଖୁବ କଷ୍ଟକର ହୋଇଥିବା ବେଳେ ଏଠାରେ ଜୀବନଯାପନ ସମ୍ଭାବନା ମଧ୍ୟ ଅସମ୍ଭବ ବୋଲି କହିଛନ୍ତି ବୈଜ୍ଞାନିକ । ତେକେ କାର୍ବନ ବୁଧ ଗ୍ରହର ଖୁବ ତଳେ ପ୍ରସ୍ତୁତ ହୋଇଥିବା ନେଇ ପୂର୍ବ ଅଧ୍ୟୟନରେ କୁହାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ କାର୍ବନ କିମ୍ବା ଗ୍ରାଫାଇଟ ହୋଇ ନ ପାରେ ବୋଲି ବର୍ତ୍ତମାନ ଅଧ୍ୟୟନରୁ ଜାଣିବାକୁ ମିଳିଛି ।

କାର୍ବନର ସବୁଠାରୁ ସ୍ଥିର ଅବସ୍ଥା ଗ୍ରାଫାଇଟର ବ୍ୟବହାର ପେନସିଲର ଲିଡରେ ହୋଇଥାଏ । କିନ୍ତୁ ଅତ୍ୟଧିକ ତାପମାତ୍ରା ଏବଂ ୩ ହଜାର ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଏହା ହୀରାରେ ପରିଣତ ହୋଇଯାଏ । ବୁଧଗ୍ରହରେ ୪ ଆରବ ବର୍ଷ ପୂର୍ବରୁ କାର୍ବନରୁ ହୀରା ପ୍ରସ୍ତୁତ ପ୍ରକ୍ରିୟା ଜାରି ରହିଥିବ ବୋଲି ବୈଜ୍ଞାନିକ ମାନେ ଅଧ୍ୟୟନ ପରେ କହିଛନ୍ତି ।

Get real time updates directly on you device, subscribe now.