fbpx

ନୂଆ ଅଧିନାୟକ ବାଛିଲା ‘ମୁମ୍ବାଇ ଇଣ୍ଡିଆନ୍ସ’: IPL-2024 ପୂର୍ବରୁ ଏହି ଖେଳାଳିଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଅଇପିଏଲ-୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ପଦକ୍ଷେପ ନେଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରିଛି ଅଧିନାୟକ ପଦ । ତେବେବର୍ତ୍ତମାନ ଆଉ ଏକ ବଡ଼ ପଦକ୍ଷେପ ନେଇଛି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି । ଆଉ ଏକ ଟି-୨୦ ଲିଗରେ ମଧ୍ୟ ଅଧିନାୟକ ପରିବର୍ତ୍ତନ କରିଛି ମୁମ୍ବାଇ । ସାଉଥ ଆଫ୍ରିକା ଟି-୨୦ ଲିଗରେ ମୁମ୍ବାଇ ଆଉ ଜଣେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି । ଆଗାମୀ ସିଜନରେ ରାଶିଦ ଖାନଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡ ଦଳର ନେତୃତ୍ୱ ନେବେ ।

ସାଉଥ ଆଫ୍ରିକା ଟି-୨୦ ଲିଗ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜିର ଦଳ ‘MI Capetown’ ରାଶିଦ ଖାନଙ୍କୁ ନେତୃତ୍ୱ ପଦରୁ ବାଦ୍ ଦେଇଛି । ରାଶିଦଙ୍କ ସ୍ଥାନରେ ଦଳର ଷ୍ୟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିଛି ମୁମ୍ବାଇ ଇଣ୍ଡିଆନ୍ସ କେପଟାଉନ୍ । ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X(ଟ୍ୱିଟର)ରେ ସୂଚନା ଦେଇଛି ଫ୍ରାଞ୍ଚାଇଜି । ପୋଷ୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ଦଳର ଅଧିନାୟକ ରାଶିଦ ଖାନ୍ । ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଖୁବଶୀଘ୍ର ପଡ଼ିଆକୁ କମବ୍ୟାକ କରିବା ପାଇଁ ପ୍ରାର୍ଥନା କରୁଛୁ । ତେଣୁ ଆଗାମୀ ସିଜନ ପାଇଁ କାଏରନ୍ ପୋଳାର୍ଡ ଦଳର ଅଧିନାୟକ ଭାର ସମ୍ଭାଳିବେ ବୋଲି ପୋଷ୍ଟରେ ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ କେପଟାଉନ୍ ।

ଆସନ୍ତା ଜାନୁୟାରୀ ୧୦ ତାରିଖରୁ ସାଉଥ ଆଫ୍ରିକା ଟି-୨୦ ଲିଗ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚରେ ଜୋବର୍ସ ସୁପର କିଙ୍ଗସ ଏବଂ ସନରାଇଜର୍ସ ଇଷ୍ଟର୍ଣ୍ଣ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ଦ୍ୱିତୀୟ ମ୍ୟାଚରେ ଏମଆଇ କେପଟାଉନ୍ ଡର୍ବାନ ସୁପର ଜିଆଣ୍ଟସକୁ ଭେଟିବ । ଏହି ମ୍ୟାଚରେ ଦଳର ନେତୃତ୍ୱ ନେବେ ଷ୍ଟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡ ।

SA ଟି-୨୦ ଲିଗ୍ ପାଇଁ MI Capetown: କାଏରନ୍ ପୋଲାର୍ଡ(ଅଧିନାୟକ), ଡିୱାଲ୍ଡ ବ୍ରେଭିସ, କାଗିସୋ ରାବାଡା, ରାଶିଦ ଖାନ୍, ସାମ୍ କରନ୍, ଲିୟାମ ଲିଭିଙ୍ଗଷ୍ଟୋନ୍, ଟମ ବେଣ୍ଟନ୍, ରାସି ଭାନ୍ ଡେର ହୁସେନ୍, ରୟାନ ରିକେଲଟନ୍, ଜର୍ଜ ଲିଣ୍ଡେ, ବ୍ୟୁରନ୍ ଡେଣ୍ଡ୍ରିକ୍ସ, ଡୁଆନ୍ ଜାନସନ, ଓଲି ଷ୍ଟୋନ୍, ଗ୍ରାଣ୍ଟ୍ ରୁଲୋଫସେନ୍, ଡେଲାନୋ ପୋଟଗିଟର, କ୍ରିସ ବେଞ୍ଜାମିନ୍, ନୀଲନ ବାନ୍ ଡିରଡେନ୍, ଥାମସ କାବର, କାନର ଏଷ୍ଟରହୁଇଜନ

Get real time updates directly on you device, subscribe now.