fbpx

(video)ଯେତେବେଳେ ଏୟାରପୋର୍ଟରେ ଅଚାନକ ପହଞ୍ଚିଗଲେ ରାମ, ଲକ୍ଷ୍ମଣ ଓ ସୀତା; ଗୁଞ୍ଜରିତ ହେଲା ଜୟଶ୍ରୀରାମ ନାରା, ଭାଇରାଲ ହେଉଛି ଭିଡିଓ

ଅହମ୍ମଦାବାଦ:୨୨ଜାନୁୟାରୀରେ ଆଯୋଧ୍ୟାରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦେଖି ହିନ୍ଦୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଇଛି । ଏହି ଶୁଭ ମୁହୂର୍ତ୍ତରେ ରାମ ମନ୍ଦିର ଉଦଘାଟନରେ ସାମିଲ ହେବା ପାଇଁ ଅଯୋଧ୍ୟା ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏଥିପାଇଁ ଗୁଜରାଟର ଅହମ୍ମଦାବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ପ୍ରଥମ ଉଡାଣ ଅଯୋଧ୍ୟାକୁ ଆରମ୍ଭ ହୋଇସାରିଛି ।

ମନ୍ଦିରର ଉଦଘାଟନ ସମାରୋହ ୧୬ ଜାନୁୟାରୀରେ ଆରମ୍ଭ ହେବ ଓ ୨୨ ଜାନୁୟାରୀରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ସହ ସମାପ୍ତ ହେବ । ଏହି କ୍ରମରେ ଅହମ୍ମଦାବାଦ ବିମାନବନ୍ଦରରେ ଭକ୍ତଙ୍କ ଦ୍ୱାରା ଅଯୋଧ୍ୟାକୁ ସେମାନଙ୍କ ଯାତ୍ରାକୁ ନେଇ ଖୁସି ମନାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଭକ୍ତ ଭଗବାନ ରାମଙ୍କ ପରି ବେଶପୋଷାକ ଧାରଣ କରିଛନ୍ତି । ଏହା ଦେଖି ବିମାନବନ୍ଦରରେ ଯାତ୍ରୀ ଉତ୍ସାହିତ ହୋଇପଡିଛନ୍ତି ଓ ବଡ ପାଟିରେ ଜୟ ଶ୍ରୀରାମ ନାରା ଦେଉଛନ୍ତି ।

ANI ପକ୍ଷରୁ ଏହି ସମୟର ଭିଡିଓକୁ ସେୟାର କରାଯାଇଛି । ଯେତେବେଳେ ଅହମ୍ମଦାବାଦ ଷ୍ଟାଡିୟମରୁ ଅଯୋଧ୍ୟା ଲାଗି ପ୍ରଥମ ଉଡାଣ ଆରମ୍ଭ ହୋଇଛି ସେତେବେଳେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପୋଷାକ ପିନ୍ଧି ଶ୍ରଦ୍ଧାଳୁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.