fbpx

ଜାଣିଛନ୍ତି କି ମର୍ତ୍ତ୍ୟରେ କେଉଁଠି ରହିଛି ‘ସ୍ୱର୍ଗର ମନ୍ଦିର’, ପ୍ରଧାନମନ୍ତ୍ରୀ ମୋଦୀ ବି କରିଛନ୍ତି ଦର୍ଶନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ଭବ୍ୟ ମନ୍ଦିର ୨୨ ଜାନୁୟାରୀରେ ଉଦଘାଟନ ହେବାକୁ ଯାଉଛି । ପୁରା ଭାରତ ଏହି ଉତ୍ସବରେ ସାମିଲ ହେବାକୁ ଉତ୍ସାହର ସହ ଚାହିଁ ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ଠାରୁ ୧୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶେଷ ଅନୁଷ୍ଠାନ ବିଷୟରେ ଘୋଷଣା କରିଛନ୍ତି । ଏହାର ଆରମ୍ଭ ନାସିକର ପଞ୍ଚବଟୀ ଧାମରୁ ହୋଇଛି । ଏହି ମନ୍ଦିର ଦୁନିଆକୁ ଭାରତର ସଂସ୍କୃତି ସହ ପରିଚିତ କରାଇବ । କିନ୍ତୁ ଆପଣ କ’ଣ ଜାଣନ୍ତି କି ବିଶ୍ୱରେ ଏପରି ଏକ ମନ୍ଦିର ରହିଛି ଯାହାକୁ ଟେମ୍ପଲ ଅଫ୍ ହେଭେନ୍ ଅର୍ଥାତ୍ ସ୍ୱର୍ଗର ମନ୍ଦିର କୁହାଯାଉଛି ବୋଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମନ୍ଦିରର ଦର୍ଶନ କରିସାରିଛନ୍ତି ।

ଏହି ମନ୍ଦିର ଚୀନ୍‌ର ବେଜିଂ ସହରରେ ରହିଛି । ପଞ୍ଚଦଶ ଶତାବ୍ଦୀରେ ଏହାର ନିର୍ମାଣ ହୋଇଥିଲା । ଇତିହାସ ଅନୁଯାୟୀ ମଧ୍ୟଯୁଗୀୟ ଶାସନ ଅନୁସାରେ ଚୀନ୍‌ରେ ସମ୍ରାଟଙ୍କୁ ଭଗବାନଙ୍କ ପୁତ୍ର ଓ ସର୍ବୋଚ୍ଚ ଅଧିକାରୀ କୁହାଯାଉଥିଲା । ସମ୍ରାଟ ଭଲ ଫସଲ ଲାଗି ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ସେ ଏହି ମନ୍ଦିରକୁ ଯାଉଥିଲେ । ଏହି ସମୟରେ ଶାହି ସମାରେହ ଆୟୋଜିତ କରାଯାଉଥିଲା । କୁହାଯାଉଥିଲା ପ୍ରାର୍ଥନା କାରଣରୁ ରାଜ୍ୟରେ ଭଲ ଫସଲ ହେଉଥିଲା । ସେହି ସମୟରୁ ତାଙ୍କର ଭଗବାନଙ୍କ ସହ ସିଧା ସଂପର୍କ ରହିଛି ବୋଲି ମନେ କରାଗଲା । ମନ୍ଦିରକୁ ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ସଂପର୍କର ପ୍ରତୀକ ରୂପରେ ବମନେ କରାଯାଉଥିଲା । ଏହାକୁ ଚୀନର ମୂଳ ଧର୍ମ ଓ ଦର୍ଶନ ତାଓ ଧର୍ମର ମନ୍ଦିର ବୋଲି ମଧ୍ୟ କୁହାଯାଏ ଓ ତାଓଙ୍କ ଅନୁସାରେ ହିଁ ଏଠାରେ ପୂଜା ଓ ଧାର୍ମିକ ଅନୁଷ୍ଠାନ କରାଯାଏ ।

ସଂପୂର୍ଣ୍ଣ କାଠରେ ତିଆରି ଏହି ମନ୍ଦିର ପ୍ରାୟ ୨.୭୩ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଛି ଓ ଏହାର ନିର୍ମାଣଶୈଳୀ ବେଶ୍ ବିସ୍ମୟଜନକ । ମନ୍ଦିର ପରିସରରେ ୬୦୦ କୋଠରୀ ଓ ୯୨ଟି ପ୍ରାଚୀନ କୋଠା ରହିଛି । ମନ୍ଦିର ନୀଳ, ଲାଲ ଓ ମେରୁନ୍ ରଙ୍ଗରେ ସଜା ହୋଇଛି । ବିଶାଳ ମନ୍ଦିର ମଧ୍ୟଭାଗରେ ଏକ ଗୋଲାକାର ପ୍ରାର୍ଥନା କକ୍ଷ ରହିଛି । ପ୍ରାର୍ଥନା କକ୍ଷର ଗାଢ ନୀଳ ରଙ୍ଗର ଛାତ ସ୍ୱର୍ଗର ଭ୍ରମ ସୃଷ୍ଟି କରିଥାଏ । ଧ୍ୟାନ ଓ ଧାର୍ମିକ ଅଭ୍ୟାସ ଲାଗି ଏହି ସ୍ଥାନ ଶ୍ରେଷ୍ଠ ମନେ କରାଯାଏ । ଏହାରି ଭିତରେ ସୂର୍ଯ୍ୟ ମନ୍ଦିର, ପୃୃୃଥିବୀ ମନ୍ଦିର, ଚନ୍ଦ୍ରମା ମନ୍ଦିର ମଧ୍ୟ ରହିଛି । କିନ୍ତୁ ୧୯୧୧ରେ ଏହି ମନ୍ଦିରକୁ ପ୍ରତିବନ୍ଧିିତ କରି ଦିଆଯାଇଥିଲା । କିନ୍ତୁ ୧୯୧୮ରେ ଏହାକୁ ଜନତାଙ୍କ ଲାଗି ଖୋଲି ଦିଆଯାଇଥିଲା । ୨୦୧୫ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ୱର୍ଗ ମନ୍ଦିର ଆସିଥିଲେ । ସେ ଏଠାରେ ଯୋଗ ବି କରିଛନ୍ତି ।

Get real time updates directly on you device, subscribe now.