fbpx

(Video) ପ୍ରତିଷ୍ଠା ଦିନ କିଛି କରି ପାରିବେ ନାହିଁ ଆତଙ୍କବାଦୀ: ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣରେ ମାଟି ଥରିବ, ରାମ ନାମରେ କମ୍ପି ଉଠିବ ସାରା ବିଶ୍ୱ

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ଭାରତ ସହ ବିଶ୍ୱର ସମସ୍ତ ରାମଭକ୍ତଙ୍କ ମନରେ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ଏହି ଉତ୍ସବରେ ୧୧ ହଜାରରୁ ଅଧିକ ଭିଆଇପି ଯୋଗଦେବେ । ସମସ୍ତ ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଖାସ୍ ଉପହାର ପ୍ରଦାନ କରଯିବା ନେଇ ବ୍ୟବସ୍ଥା କରାଯାଇଛି । ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତରପ୍ରଦେଶ ଓ ଛତିଶଗଡ଼ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ପବିତ୍ର ଦିବସରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ-କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଆତଙ୍କବାଦୀଙ୍କ ନିଶାଣରେ ରହିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କବାଣୀ ଦିଆଯାଇଛି । ଏହି ଭବ୍ୟ ଉତ୍ସବକୁ ଫିକା କରିବାକୁ ଆତଙ୍କବାଦୀମାନେ ଚକ୍ରାନ୍ତ କରୁଥିବା ସୂଚନା ମିଳିଛି । ତେବେ ଆତଙ୍କବାଦୀମାନେ ଯେତେ ଉଦ୍ୟମ କଲେ ମଧ୍ୟ ତାଙ୍କର ସବୁ ଯୋଜନା ବିଫଳ ହେବ, କାରଣ ପ୍ରଭୁ ଶ୍ରୀରାମ ଆସୁଛନ୍ତି । ରାମଙ୍କ ପ୍ରତିଷ୍ଠା ଦିବସରେ ଆତଙ୍କବାଦୀମାନେ କିଛି କରିପାରିବେ ନାହିଁ । ପୂଜା ପାଇବେ ୧୦୮ ଶିବଲିଙ୍ଗ । ୨୧ ହଜାର ପୂଜାରୀଙ୍କ ରାମ ନାମରେ କିଛି ଷଡ଼ଯନ୍ତ୍ର କାମ କରିବନି । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ମାଟି ଥରିବ । ରାମ ନାମରେ ସାରା ବିଶ୍ୱ କମ୍ପି ଉଠିବ ।

Get real time updates directly on you device, subscribe now.