fbpx

OMG ! ଏହି ଛୋଟ ଦେଶରେ ଜଣେ ବ୍ୟକ୍ତି ଖାଇଥାଏ ୨୦୦କିଲୋ ଆଳୁ

ନୂଆଦିଲ୍ଲୀ: ଆମ ଦେଶରେ ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥାଏ । କିନ୍ତୁ ବହୁ ସମୟରେ ଆମକୁ ଆଳୁ ଖାଇ ଖାଇ ବିରକ୍ତି ବି ଲାଗିଥାଏ । ଏହା ବ୍ୟତିତ ଆଜିକାଲି ମଧୁମେହ ରୋଗ ବଢୁଥିବାରୁ ଲୋକମାନେ ଆଳୁ ଖାଇବା କମାଇ ବି ଦେଇଛନ୍ତି । କିନ୍ତୁ ଏହି ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ଦୈନିକ ଆଳୁ ହିଁ ଖିଆଯାଏ । ଏଠାରେ ଜଣେ ବ୍ୟକ୍ତି ଏତେ ଆଳୁ ଖାଇଥାଏ ଯେତେ ଆଳୁ ଗୋଟିଏ ବଡ ପରିବାର ଖାଇଥାଏ ।

ଏକ ଆକଳନ ଅନୁଯାୟୀ ଭାରତରେ ବର୍ଷକୁ ଜଣେ ବ୍ୟକ୍ତି ହାରାହାରି ୨୫ କିଲୋ ଆଳୁ ଖାଇଥାଏ । କିନ୍ତୁ ଭାରତର ରାଜଧାନୀ ଦିଲ୍ଲୀ ଠାରୁ ବି ଅଧା ଜନସଂଖ୍ୟା ବିଶିଷ୍ଟ ଦେଶ ବେଲାରୁଷରେ ଜଣେ ବ୍ୟକ୍ତି ପ୍ରତି ବର୍ଷ ୨୦୦ କିଲୋ ପର୍ଯ୍ୟନ୍ତ ଆଳୁ ଖାଇଥାଏ । ଅର୍ଥାତ୍ ଯେତିକି ଆଳୁ ଭାରତରେ ଏକ ୬ ସଦସ୍ୟ ବିଶିଷ୍ଟ ପରିବାର ଖାଇଥାଏ ଏଠାରେ ଜଣେ ବ୍ୟକ୍ତି କେବଳ ସେତିକି ଆଳୁ ଖାଇଥାଏ ।

ଏକ ଆକଳନ ଅନୁଯାୟୀ ୨୦୨୧ରେ ସାରା ବିଶ୍ୱରେ ୩୭୬ ମିଲିୟନ ମେଟ୍ରିକ ଟନ୍ ଆଳୁ ଅମଳ କରାଯାଇଥିଲା । ଏଥିମଧ୍ୟରୁ ଚୀନ୍ କେବଳ ୯୪ ମିଲିୟନ ମେଟ୍ରିକ୍ ଟନ୍ ଆଳୁ ଅମଳ କରିଥିଲା । ଆଳୁ ଅମଳ କ୍ଷେତ୍ରରେ ଭାରତ ୨ୟ ସ୍ଥାନରେ ଥିଲା । ତେବେ ଭାରତ ଆଳୁ ଅମଳ କରିବାରେ ଆଗରେ ରହିଥିଲେ ବି ଖାଇବାରେ ପଛରେ ରହିଛି ବୋଲି କେନ୍ଦ୍ରୀୟ ପଟାଟୋ ରିସର୍ଚ୍ଚ ସେଣ୍ଟରର ପାଟନାର ପୂର୍ବଜନ ନିର୍ଦ୍ଦେଶକ ଶମ୍ଭୁ କୁମାର କହିଛନ୍ତି ।

Get real time updates directly on you device, subscribe now.