fbpx

୨୦ ହଜାର କର୍ମଚାରୀ ଛଟେଇ କରିବ ଏହି ବ୍ୟାଙ୍କ୍

ନୂଆଦିଲ୍ଲୀ: ନିକଟରେ ଅନେକ ବଡ଼ ବଡ଼ କମ୍ପାନୀ କର୍ମଚାରୀ ଛଟେଇ କରିଥିବା ବେଳେ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛି ଏକ ବ୍ୟାଙ୍କ୍ । ଆମେରିକାର ଅଗ୍ରଣୀ ବ୍ୟାଙ୍କ୍ ସିଟି ଗ୍ରୁପ୍ ଇଙ୍କ୍(Citygroup Inc) ଆସନ୍ତା ୨ ବର୍ଷ ମଧ୍ୟରେ ୨୦ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି । ଦୀର୍ଘ ୧୪ ବର୍ଷର ଖରାପ ତ୍ରୈୟମାସିକ ରିପୋର୍ଟକୁ ଦୃଷ୍ଟିରେ ରଖି ସିଟି ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଆମେରିକୀୟ ବ୍ୟାଙ୍କର ମୋଟ୍ କର୍ମଚାରୀ ହେଉଛନ୍ତି ୨ ଲକ୍ଷ ୩୯ ହଜାର । ଏପରି ସ୍ଥିତିରେ ୨୦୨୬ ସୁଦ୍ଧା ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୮% ହ୍ରାସ ହୋଇପାରେ ।

ଏକ ରିପୋର୍ଟରୁ ପ୍ରକାଶ ଯେ ଏହି ଛଟେଇରୁ ବ୍ୟାଙ୍କର ୧ ବିଲିୟନ ଡଲାର ଖର୍ଚ୍ଚ ହେବ । ଏହି ଅର୍ଥରୁ ଛଟେଇ ହୋଇଥିବା କର୍ମଚାରୀଙ୍କ ଅତିରିକ୍ତ ବେତନ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଖର୍ଚ୍ଚ କରାଯିବ । ତେବେ ବ୍ୟାଙ୍କ ଏହାର ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରୁଛି ଯଦ୍ୱାରା ବ୍ୟାଙ୍କର ଲାଭରେ ବୃଦ୍ଧି ହୋଇପାରିବ । ବ୍ୟାଙ୍କର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଜେନ୍ ଫ୍ରେଶନ୍ କାର୍ଯ୍ୟଭାର ସମ୍ଭାଳିବା ପରେ ସିଟିଗ୍ରୁପ୍ ଏହାର ବ୍ୟବସାୟକୁ ପୁନର୍ଗଠନ କରିବାରେ ବ୍ୟସ୍ତ ରହିଛି । ଚଳିତ ବର୍ଷ ଏହି ବ୍ୟାଙ୍କର ଖର୍ଚ୍ଚ ୫୩.୫ରୁ ୫୩.୮୦ ରହିବା ନେଇ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଆକଳନ କରାଯାଇଥିଲା । ତେବେ ଅକ୍ଟୋବର- ଡିସେମ୍ବର ତ୍ରୈମାସିକ ପାଇଁ ୧୪ ବର୍ଷ ମଧ୍ୟରେ ବ୍ୟାଙ୍କର ସବୁଠାରୁ ନିରାଶଜନକ ଫଳାଫଳ ଭାବେ ବିବେଚିତ କରାଯାଇଛି । ଏହି ସମୟରେ ୧.୮ ବିଲିୟନ ଡଲାର କ୍ଷତି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.