fbpx

DGCA ପକ୍ଷରୁ ଜାରି ହେଲା SOP: ଫ୍ଲାଇଟସ ବିଳମ୍ବ ହେଲେ ଯାତ୍ରୀଙ୍କୁ WhatsAppରେ ଆଗୁଆ ସୂଚନା ଦେବେ ଏୟାରଲାଇନ୍ସ କମ୍ପାନୀ

ନୂଆଦିଲ୍ଲୀ: ଅନେକ ସମୟରେ କିଛି କାରଣରୁ ଅଚାନକ ବିମାନ ବିଳମ୍ବ ହୋଇଥାଏ । ଏପରିକି ବେଳେବେଳେ କିଛି ଜରୁରୀ କାରଣରୁ ବିମାନ ଉଡ଼ାଣକୁ ବାତିଲ ମଧ୍ୟ କରି ଦିଆଯାଇଥାଏ । ଏଭଳି ସ୍ଥିତିରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏନେଇ ଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ବିମାନ ଉଡ଼ାଣ ବିଳମ୍ବ ନେଇ ଯାତ୍ରୀଙ୍କୁ ହ୍ୱାଟସଆପ୍ ଜରିଆରେ ଆଗୁଆ ସୂଚନା ପ୍ରଦାନ କରାଯିବ ।

ସୂଚନା ମୁତାବକ, ଏଣିକି ଫ୍ଲାଇଟସ ବିଳମ୍ବ ହେଲେ ଏନେଇ ଏୟାରଲାଇନ୍ସ କମ୍ପାନୀଙ୍କ ପକ୍ଷରୁ ଯାତ୍ରୀଙ୍କୁ ହ୍ୱାଟସଆପରେ ଆଗୁଆ ସୂଚନା ପ୍ରଦାନ କରାଯିବ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଡିଜିସିଏର ଏହି ନିଷ୍ପତ୍ତି ଫଳରେ ଏଣିକି ବିମାନ ଯାତ୍ରୀମାନେ ସୁଫଳ ପାଇ ପାରିବେ । ହ୍ୱାଟସଆପରେ ଆଗୁଆ ସୂଚନା ପାଇବା ଫଳରେ ଯାତ୍ରୀଙ୍କୁ ଆଉ ପୂର୍ବ ପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

ଇଣ୍ଡିଗୋ ଫ୍ଲାଇଟ ଅଘଟଣ ସାମ୍ନାକୁ ଆସିବା ପରେ ଡିଜିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବିମାନ ଉଡ଼ାଣରେ ବିଳମ୍ବ ହେବା ଫଳରେ ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବା କମ୍ପାନୀର ଦାୟିତ୍ୱ । ଏଥିସହିତ କାହିଁକି ବିଳମ୍ବ ହେଲା ସେନେଇ ବିମାନ କମ୍ପାନୀମାନେ ଯାତ୍ରୀଙ୍କୁ ହ୍ୱାଟସଆପ ଜରିଆରେ ସୂଚିତ କରିବେ । କମ୍ପାନୀମାନେ ଉଡ଼ାଣ ବିଳମ୍ବ ନେଇ ସଠିକ୍ ଟାଇମ୍ ଶେୟାର କରିବାକୁ ପଡ଼ିବ । ପ୍ରଭାବିତ ଯାତ୍ରୀଙ୍କୁ ଏସଏମଏସ / ହ୍ୱାଟସଆପ / ଇମେଲ ଜରିଆରେ ଆଗୁଆ ସୂଚନା ଦେବାକୁ ପଡ଼ିବ ।

Get real time updates directly on you device, subscribe now.