fbpx

(Video) ଦ୍ୱିତୀୟ ମ୍ୟାଚରେ ବାଦ୍ ପଡ଼ିବେ ଶୁଭମନ ଗିଲ୍! ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ଦମଦାର ଆରମ୍ଭ ପରେ ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୨୨ ରନରେ ଏହି ମ୍ୟାଚରେ ବିଜୟୀ ହୋଇଛି ଇଂଲଣ୍ଡ । ଷ୍ଟାର ବ୍ୟାଟର ଓଲି ପୋପଙ୍କ ୧୯୬ ରନର ବିସ୍ଫୋରକ ଇନିଂସ ଭାରତକୁ ଏହି ମ୍ୟାଚରେ ପରାଜୟ କରାଇଛି । ତେବେ ଦ୍ୱିତୀୟ ଇନିଂସରେ ଭାରତର ଦୁର୍ବଳ ବ୍ୟାଟିଂ ହିଁ ପରାଜୟର ମୁଖ୍ୟ କାରଣ ପାଲଟିଛି । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର କ୍ରିକେଟର ଶୁଭମନ ଗିଲ୍ । ବାରମ୍ବାର ଟେଷ୍ଟରେ ଫେଲ ମାରିଛନ୍ତି ଶୁଭମନ । ତେଣୁ ଦ୍ୱିତୀୟ ଟେଷ୍ଟରେ ସେ ଦଳରୁ ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରିଛନ୍ତି ।

ଦଳର ଶ୍ରେଷ୍ଠ ଏକାଦାରେ ବାରମ୍ବାର ସୁଯୋଗ ମିଳୁଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଛନ୍ତି ଶଭମନ ଗିଲ୍ । ଫଳରେ ଅଧିନାୟକ ରୋହିତ୍ ଶର୍ମାଙ୍କ ସହ ଟିମ ମ୍ୟାନେଜମେଣ୍ଟ ଓ ଫ୍ୟାନ୍ସମାନଙ୍କୁ ନିରାଶ ହେବାକୁ ପଡୁଛି । ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବା ସମୟରେ ବର୍ତ୍ତମାନ ତାଙ୍କର ଦୁର୍ବଳ ପ୍ରଦର୍ଶନ ପାଇଁ ତାଙ୍କୁ ବଡ଼ ଦଣ୍ଡ ଦେଇପାରନ୍ତି ଅଧିନାୟକ ରୋହିତ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇପାରେ । କାରଣ ଏହି ମ୍ୟାଚରେ ଟିମ ଇଣ୍ଡିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର କ୍ରିକେଟର ବିରାଟ କୋହଲି । ସେ ଦଳକୁ ଫେରିଲେ ଦଳରେ ତାଙ୍କ ସ୍ଥାନ ନିଶ୍ଚିତ ହୋଇ ରହିଛି । ତେବେ ତାଙ୍କୁ ସୁଯୋଗ ଦେବା ପାଇଁ ରୋହିତ ଶୁଭମନଙ୍କୁ ଦଳରୁ ବାଦ୍ ଦେଇପାରନ୍ତି । ଲଗାତାର ଗିଲଙ୍କ ଖରାପ ପ୍ରଦଶନେ ପାଇଁ ସେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳରେ ସୁଯୋଗ ପାଇ ନ ପାରନ୍ତି ।

ବିରାଟଙ୍କ କମବ୍ୟାକରେ ଦଳରୁ ଜଣେ ଖେଳାଳିଙ୍କୁ ବାଦ୍ ଦେବାକୁ ପଡ଼ିବ । ତେବେ ରୋହିତ ଜଏସ୍ୱାଲ ଦମଦାର ବ୍ୟାଟିଂ କରୁଥିବା ବେଳେ ମଧ୍ୟକ୍ରମରେ କେ.ଏସ ଭରତ, ରାହୁଲ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ପାଳି କେଳି ତାଙ୍କ ସ୍ଥାନ ମଜବୁତ କରିଛନ୍ତି । ତେବେ କେବଳ ଶୁଭମନ ଗିଲ ଏବଂ ଶ୍ରେୟସ ଆୟର ହିଁ ବଡ଼ ସ୍କୋର କରିବାରେ ଫେଲ ମାରିଛନ୍ତି । ତେବେ ଉଭୟଙ୍କ ମଧ୍ୟରୁ ଜଣକୁ ବାଦ୍ ଦେଇ ରୋହିତ କୋହଲିଙ୍କୁ ଦଳରେ ସୁଯୋଗ ଦେବେ । କିନ୍ତୁ ଭାରତୀୟ ପିଚରେ ରୋହିତ ନିଶ୍ଚିତ ଭାବରେ ୩ ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇବାକୁ ଚାହିଁବେ । ତେଣୁ ଗିଲଙ୍କ ପ୍ରଦର୍ଶନକୁ ନଜର ପକାଇଲେ ତାଙ୍କୁ ଦଳରୁ ବାଦ୍ ଦିଆଯିବାର ସମ୍ଭାବନା ଅଧିକ ମନେ ହେଉଛି ।

ଗିଲଙ୍କ ଏହି ଖରାପ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ବିପକ୍ଷ ଜିତିବା ମ୍ୟାଚ୍ ହାରି ଯାଇଛି ଭାରତ । ଟେଷ୍ଟ ମ୍ୟାଚରେ ଗିଲଙ୍କ ଶେଷ ୧୦ ଟି ଇନିଂସରେ ଗିଲଙ୍କ ବ୍ୟାଟ୍ ରୁ କୌଣସି ଅର୍ଦ୍ଧଶତକ ଦେଖିବାକୁ ମିଳିନାହିଁ । ଅଧିକାଂଶ ମ୍ୟାଚୋର ଦୁଇ ଅଙ୍କ ଛୁଇଁବାରେ ମଧ୍ୟ ସେ ବିଫଳ ହୋଇଥିବା ଦେଖାଯାଉଛି । ତେଣୁ ତାଙ୍କ ସ୍ଥାନରେ ଦଳ ବିରାଟ କୋହଲିଙ୍କୁ ଖେଳାଇବା ଏକପ୍ରକାର ସୁନିଶ୍ଚିତ କୁହାଯାଇପାରେ ।

Get real time updates directly on you device, subscribe now.