fbpx

ସାମ୍ନାକୁ ଆସିଲା ବଡ଼ ଧରଣର ହନିଟ୍ରାପ୍ ମାମଲା; ସାମ୍ବାଦିକ, ପୋଲିସ କର୍ମଚାରୀଙ୍କ ସମେତ ୪ ଗିରଫ

AAKASH

ମୁମ୍ୱାଇ: ମହାରାଷ୍ଟ୍ରର ଗଡ଼ଚିରୋଲିରେ ହନିଟ୍ରାପ୍ ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଜଣେ ମହିଳା ଫେରାର ଥିବା କୁହାଯାଉଛି। ଏହି ୪ ଜଣଙ୍କୁ ନାଗପୁରରୁ ଗିରଫ କରାଯାଇଛି। ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୋଲିସ କନଷ୍ଟେବଳ ଓ ଜଣେ ସାମ୍ବାଦିକ ଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଗଡ଼ଚିରୋଲିରେ ରହୁଥିବା ଜଣେ ସହକାରୀ ଯନ୍ତ୍ରୀଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ହେଲେ ଶିକ୍ଚନ ସାମ୍ବାଦିକ ରବି କାମ୍ବଲେ, ପୋଲିସ ସୁଶୀଲ ଗବାଇ, ରୋହିତ ଆହିର ଓ ଦୁଇ ଜଣ କଲ୍ ଗାର୍ଲ। ଅଭିଯୁକ୍ତମାନେ ସହକାରୀ ଯନ୍ତ୍ରୀଙ୍କୁ ଏକ କଲ୍ ଗାର୍ଲ ଜରିଆରେ ଫସାଇ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଏବଂ ଟଙ୍କା ନଦେଲେ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ପଠାଇଦେବେ ବୋଲି ଧମକ ଦେଉଥିଲେ। ପୀଡ଼ିତା ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଫେରାର ଅଛନ୍ତି।

ସୂଚନା ଅନୁଯାୟୀ, ଡିସେମ୍ବର ୪ ତାରିଖରେ ଫିରିୟାଦି ହିଙ୍ଗନଘାଟର ଜଣେ କଲ୍ ଗର୍ଲଙ୍କୁ ଭେଟିବା ପାଇଁ ନାଗପୁର ଆସିଥିଲେ। ଏହାପରେ ଅଭିଯୁକ୍ତ ମାନେ ତାଙ୍କୁ ଏକ ହୋଟେଲକୁ ନେଇଯାଇଥିଲେ। ଯେଉଁଠାରେ ଅଭିଯୁକ୍ତ ତାଙ୍କୁ ଫସାଇବା ପାଇଁ ପୂର୍ବରୁ ଯୋଜନା କରିଥିଲା। ଏହାପରେ ସମସ୍ତ ଅଭିଯୁକ୍ତ ତାଙ୍କର ଭିଡିଓ ତିଆରି କରିବା ପରେ ବ୍ଲାକମେଲ କରି ଟଙ୍କା ମାଗିଥିଲେ। ଅଭିଯୁକ୍ତଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Get real time updates directly on you device, subscribe now.