fbpx

ICUରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ଫ୍ଲାଇଟରେ ଚଢ଼ିବା ସମୟରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟ: ରିପୋର୍ଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ତଥା କର୍ଣ୍ଣାଟକ କ୍ରିକେଟ୍ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆ ବାହାରେ ଥିବା ଏହି ଖେଳାଳି ରଣଜୀ ଟ୍ରଫି ମ୍ୟାଚ୍ ପରେ ବିମାନରେ ଚଢ଼ିବା ପରେ ଅସହଜ ଅନୁଭବ କରୁଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଙ୍କ ପାଟି ଓ ଗଳାରେ ସମସ୍ୟା ଥିବା ଅଭିଯୋଗ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଛି ।

 

ତେବେ ରଣଜୀ ଟ୍ରଫି ମ୍ୟାଚ୍ ପରେ ଯେତେବେଳେ ସେ ତ୍ରିପୁରାର ରାଜଧାନୀ ଅଗରତାଲାରୁ ଫେରିବା ପାଇଁ ବିମାନରେ ଚଢ଼ୁଥିଲେ ସେତେବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଯାତ୍ରା ସମୟରେ ପାଟି ଓ ଗଳାରେ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । ସୂଚନା ଅନୁଯାୟୀ, ବର୍ତ୍ତମାନ ଚିନ୍ତାର କାରଣ ନାହିଁ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି ।

 

କର୍ଣ୍ଣାଟକ ଦଳର ଅଧିନାୟକ ଥିବା ଏହି ଖେଳାଳି ଅଗରତାଲାର ତ୍ରିପୁରା ଏବଂ କର୍ଣ୍ଣାଟକ ମଧ୍ୟରେ ୨୬ ଜାନୁୟାରୀରୁ ୨୯ ଜାନୁଆରୀ ମଧ୍ୟରେ ହୋଇଥିବା ମ୍ୟାଚ୍ ଖେଳିଥିଲେ । ଜାନୁୟାରୀ ୩୦ ମଙ୍ଗଳବାର ଦିନ କର୍ଣ୍ଣାଟକ ଦଳ ମ୍ୟାଚ୍ ଶେଷ ହେବା ପରେ ସୁରଟକୁ ବିମାନରେ ଚଢ଼ିଥିଲେ । ସୂଚନାନୁସାରେ, ମୟଙ୍କ ଅଗ୍ରୱାଲଙ୍କୁ ଅଗରତାଲାର ଆଇଏଲ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.