fbpx

BIG BREAKING…ଜ୍ଞାନବ୍ୟାପି ମସଜିଦ ମାମଲାରେ ଆସିଲା ବଡ଼ ନିଷ୍ପତି; ହିନ୍ଦୁ ପକ୍ଷକୁ ପୂଜା ଅନୁମତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମସଜିଦ ମାମଲାରେ ଆସିଲା ବଡ଼ ନିଷ୍ପତି । ହିନ୍ଦୁ ପକ୍ଷକୁ ପୂଜା ଅନୁମତି ମିଳିଛି । ଏଣିକି ହିନ୍ଦୁମାନେ ସେଠାରେ ପୂଜା କରି ପାରିବେ। ସାତ ଦିନଭିତରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ବାରଣାସୀର ଜ୍ଞାନବାପି ମସଜିଦ୍ ସର୍ଭେ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI)ର ରିପୋର୍ଟ ସାର୍ବଜନୀନ ହେବା ପରେ ମସଜିଦ କମିଟି କହିଛି ଯେ ଏହା ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ ବୋଲି କହିଥିଲେ । ହେଲେ ସେପଟେ ହିନ୍ଦୁ ପକ୍ଷର ଓକିଲମାନେ ଦାବି କରିଛନ୍ତି ଯେ ରିପୋର୍ଟରେ କୁହାଯାଇଛି ଯେ ମସଜିଦ ପରିସରରେ ପୂର୍ବରୁ ଏକ ମନ୍ଦିର ଥିଲା। ଏହାର ଅବଶେଷ ଉପରେ ମସଜିଦ ନିର୍ମାଣ କରାଯାଇଛି।

ମସଜିଦ ପରିଚାଳନା କରୁଥିବା ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି କହିଛି ଯେ ସେମାନେ ସର୍ଭେ ରିପୋର୍ଟ ଅଧ୍ୟୟନ କରୁଛନ୍ତି ଏବଂ ଏହା ପରେ ହିଁ ମନ୍ତବ୍ୟ ଦେବେ। କମିଟି ସମ୍ପାଦକ ମହମ୍ମଦ ୟାସିନ୍ ଏଏସ୍ଆଇ ସର୍ଭେ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି, ଏହା କେବଳ ଏକ ରିପୋର୍ଟ, ନିଷ୍ପତ୍ତି ନୁହେଁ। ଅନେକ ପ୍ରକାରର ରିପୋର୍ଟ ରହିଛି। ଏ ନେଇ ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ସେ କହିଛନ୍ତି ଯେ, ଯେତେବେଳେ ସୁପ୍ରିମ୍ କୋର୍ଟ ୧୯୯୧ ସମ୍ବନ୍ଧୀୟ ମାମଲାର ଶୁଣାଣି କରିବେ, ସେତେବେଳେ ମସଜିଦ୍ କମିଟି ନିଜର ପକ୍ଷ ରଖିବ। ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଏକ ସର୍ବେକ୍ଷଣ କରିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI) କହିଛି ଯେ ବର୍ତ୍ତମାନର ଢାଞ୍ଚା ନିର୍ମାଣ ପୂର୍ବରୁ ସେଠାରେ ଏକ ହିନ୍ଦୁ ମନ୍ଦିର ଥିଲା।

ଗତ ବର୍ଷ ଜୁଲାଇ ମାସରେ ବାରଣାସୀ ଜିଲ୍ଲା ଅଦାଲତ ଏଏସ୍ଆଇକୁ ମସଜିଦ ପରିସରର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସାର୍ବଜନୀନ ହୋଇଥିବା ଏଏସଆଇ ରିପୋର୍ଟରେ କୁହାଯାଇଛି ଯେ ବୈଜ୍ଞାନିକ ଅଧ୍ୟୟନ/ସର୍ବେକ୍ଷଣ, ସ୍ଥାପତ୍ୟ ଅବଶେଷ, ବୈଶିଷ୍ଟ୍ୟ, କଳାକୃତି, ଶିଳାଲେଖ, କଳା ଓ ମୂର୍ତ୍ତିର ଅଧ୍ୟୟନ ଆଧାରରେ ଏହା ସହଜରେ କୁହାଯାଇପାରିବ ଯେ ବିଦ୍ୟମାନ ଢାଞ୍ଚା ନିର୍ମାଣ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ଥିଲା। ସେହି ଆଧାରରେ ହିନ୍ଦୁ ପକ୍ଷକୁ ପୂଜା ଅନୁମତି ମିଳିଛି ।

 

Get real time updates directly on you device, subscribe now.