fbpx

ଆଜି ଝାଡ଼ଖଣ୍ଡର ଦେଓଘର ମନ୍ଦିର ଦର୍ଶନ କରିବେ ରାହୁଲ; ଏନେଇ କ’ଣ କହିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଶୁକ୍ରବାର ଝାଡ଼ଖଣ୍ଡରେ ପହଞ୍ଚିଛି। ରାହୁଲ ଗାନ୍ଧୀ ଶନିବାର ଦେବଘରସ୍ଥିତ ବୈଦ୍ୟନାଥ ଧାମ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରିବେ। ସେପଟେ ଏନେଇ ଗୋଡ୍ଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁତ୍ୱର ସୁରକ୍ଷା ପାଇଁ ପରାମର୍ଶ ଦେଇ କହିଛନ୍ତି, ସେ ରାମ ମନ୍ଦିର ମଧ୍ୟ ଯିବା ଉଚିତ। ନିଶିକାନ୍ତ ଦୁବେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ମୁସଲମାନ ତୁଷ୍ଟିକରଣର ଅଭିଯୋଗ କରିବା ସହ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ କାମ କରିବାକୁ ନିବେଦନ କରିଛନ୍ତି। ଦୁବେ କହିଛନ୍ତି ଯେ ଯଦି ଏହା କରାନଯାଏ ତେବେ ଏହି ପୂଜାର କୌଣସି ଅର୍ଥ ନାହିଁ ।

ନିଶିକାନ୍ତ ଦୁବେ ଆହୁରି କହିଛନ୍ତି, “ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଦୁଇ ଦିନ ଧରି ମୋ ଲୋକସଭା ନିର୍ବାଚନ ମଣ୍ଡଳୀ ଗୋଡ୍ଡାରେ ଅଛନ୍ତି। ମୁଁ ଜାଣିଛି ଯେ ଆସନ୍ତାକାଲି ସେ ବାବା ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି । ମୁଁ ସେଠାରେ ଥିବା ସମସ୍ତ ପୂଜକମାନଙ୍କୁ ସେମାନଙ୍କୁ ସ୍ୱାଗତ କରିବାକୁ ଏବଂ ବାବାଙ୍କ ରୂପା ପ୍ରତିକୃତି ସେମାନଙ୍କୁ ପ୍ରଦାନ କରିବାକୁ କହିଛି । ହିନ୍ଦୁତ୍ୱର ସୁରକ୍ଷା ଓ ରାମ ମନ୍ଦିରରେ ଦର୍ଶନ କରିବାକୁ ସେମାନଙ୍କୁ କୁହନ୍ତୁ।”

Get real time updates directly on you device, subscribe now.