fbpx

ନିଜ ଦଳର ବୁଥ୍ ଏଜେଣ୍ଟଙ୍କୁ କୁକୁର ସହ ତୁଳନା କଲେ ଖଡ୍‌ଗେ, Video ସେୟାର କରି ବିଜେପି କହିଲା ଏପରି କିଛି

ନୂଆଦିଲ୍ଲୀ:କଂଗ୍ରେସ ପକ୍ଷରୁ ଶନିବାର ଦିଲ୍ଲୀର ରାମଲୀଳା ମଇଦାନରେ ନ୍ୟାୟ ସଂକଳ୍ପ ର‌୍ୟାଲିର ଆୟୋଜନ କରାଯାଇଥିିଲା । ଏହି ର‌୍ୟାଲିରେ କଂଗ୍ରେସର ପୋଲିଂ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ । ଦଳର କର୍ମୀମାନଙ୍କୁ ସମ୍ବୋଧନ କରିବା ସମୟରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ କି ମୋଦୀ ସମସ୍ତଙ୍କ ସତ୍ୟାନାଶ କରି ଦେଇଛନ୍ତି ।

ଖଡ୍‌ଗେ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି କି ରାହୁଲ ଗାନ୍ଧୀ ଦେଶର ସମ୍ବିଧାନକୁ ବଞ୍ଚାଇବା ଲାଗି ବିଜେପି ସରକାର ଦ୍ୱାରା ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଲଢୁଛନ୍ତି । ଯଦି ଆପଣ ଏହି ଲଢେଇରେ ହାରିଯିବେ ତେବେ ଆପଣ ମୋଦୀଙ୍କ ଗୋଲାମ ହୋଇଯିବେ । ଏହାସହିତ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବି ବର୍ଷିଥିଲେ । ଖଡଗେ କହିଥିଲେ ନୀତିଶ କୁମାର ଏବେ ପଲଟୁ ରାମରୁ ପଲଟୁ କୁମାର ହୋଇଯାଇଛନ୍ତି । ମୋଦୀଙ୍କ ଚରିତ୍ର ବି ଏହିଭଳି ବୋଲି ସେ କହିଥିଲେ ।
ତେବେ ସମ୍ବୋଧନ ଶେଷରେ କଂଗ୍ରେସ ଅଧ୍ୟକ୍ଷ ଅଜବ ତରିକାରେ କହିବା ଆରମ୍ଭ କରିଦେଇଥିଲେ । ସେ କହିଥିଲେ ଯେପରି କୁକୁର କିଣିବା ସମୟରେ ଦେଖାଯାଏ କି ଏହା ଠିକ୍ ଭାବରେ ଭୁକି ପାରୁଛି କି ନା ସେହିପରି ଭଲଭାବରେ ଭୋକିପାରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ବୁଥ୍‌ର କାମ ଦିଆଯିବା ଉଚିତ ।

ତେବେ ଖଡଗେଙ୍କ ଏପରି ବୟାନକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ବିଜେପି ଆଇଟି ସେଲ୍ ପ୍ରଭାରୀ ଅମିତ ମାଲବ୍ୟ । ସେ ଏକ୍ସରେ ଖଡଗେଙ୍କ ଏକ ଭିଡିଓ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେଉଁ ଦଳର ଅଧ୍ୟକ୍ଷ ନିଜ ସଂଗଠନର ସବୁଠାରୁ ମଜଭୁତ ଓ ମହତ୍ତ୍ୱପୂର୍ଣ୍ଣ ଅଂଶ ବୁଥ୍ ଏଜେଣ୍ଟଙ୍କୁ କୁକୁର ସହ ତୁଳନା କରୁଛନ୍ତି ସେହି ଦଳର ଦୁର୍ଗତି ହେବା ନିଶ୍ଚୟ ।

Get real time updates directly on you device, subscribe now.