fbpx

କାଲି ଝାଡଖଣ୍ଡ ବିଧାନସଭାରେ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପୂର୍ବରୁ ସକ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ

ରାଞ୍ଚି: ଝାଡଖଣ୍ଡରେ ନୂଆ ସରକାର ଗଠନ ହେବା ପରେ କ୍ଷମତାଧାରୀ ଦଳ ଲାଗି ଫ୍ଲୋର ଟେଷ୍ଟ ପାସ୍ କରିବା ଏକ ବଡ ଆହ୍ୱାନ ଅଟେ । ଏଥିପାଇଁ ଝାଡଖଣ୍ଡ ବିଧାନସଭାର ୨ ଦିବସୀୟ ବିଶେଷ ଅଧିବେଶନ ୫ ଫେବୃୟାରୀରୁ ବସିବ । ସେହିପରି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ଆଜି କ୍ଷମତାସୀନ ଦଳର ବିଧାୟକ ହାଇଦ୍ରାବାଦରୁ ରାଞ୍ଚି ପହଞ୍ଚିବେ । ଅନ୍ୟପକ୍ଷରେ ଦଳ ଉପରେ ଅସନ୍ତୁଷ୍ଟ ଥିବା ଲୋବିନ୍ ହେମ୍ବ୍ରମ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସହ ସାକ୍ଷାତ କରିଛନ୍ତି । ଏହା ସହିତ ସେ ବସନ୍ତ ସୋରେନଙ୍କୁ ମଧ୍ୟ ଭେଟିଛନ୍ତି ।

ଏହା ପୂର୍ବରୁ ସେ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଅସନ୍ତୁଷ୍ଟ ଥିଲେ ଓ ସେ ଦଳ ସହ ସବୁ ସଂପର୍କ ଛିନ୍ନ କରିବେ ବୋଲି କହିଥିଲେ । ତେବେ କାଲି ହେବାକୁ ଥିବା ଫ୍ଲୋର ଟେଷ୍ଟରେ ହେମନ୍ତ ସୋରେନ ବି ସାମିଲ ହେବେ । ତାଙ୍କୁ ରାଞ୍ଚିର ସର୍କିଟ୍ ହାଉସରେ ରଖାଯିବ ଓ ସୋମବାର ବସ୍‌ରେ ତାଙ୍କୁ ସିଧା ବିଧାନସଭା ଅଣାଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ହେମନ୍ତ ସୋରେନଙ୍କ ଗିରଫ ପରେ ଚମ୍ପଇ ସୋରେନ ଝାରଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ତାଙ୍କ ସହିତ କଂଗ୍ରେସ ବିଧାୟକ ଦଳର ନେତା ଆଲମଗିରି ଆଲମ ଓ ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକ୍ତା ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ବିଧାୟକଙ୍କ ମଧ୍ୟରେ ଭାଗ ଭାଗ ହୋଇଯିବାର ଆଶଙ୍କାକୁ ନେଇ ଜେଏମଏମ ଏହାର ବିଧାୟକଙ୍କୁ ସୁରକ୍ଷିତ ଯାଗାକୁ ପଠାଇବାକୁ ଯୋଜନା କରିଥିଲା । ମେଣ୍ଟରେ ୩୫ ବିଧାୟକଙ୍କୁ ତେଲେଙ୍ଗାନା ପଠାଯାଇଥିଲା । କାରଣ ସେଠାରେ କଂଗ୍ରେସ ସରକାର ରହିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ଝାରଖଣ୍ଡ ବିଧାନସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୮୧ ଅଟେ ଯେଉଁଥିରେ ଗୋଟିଏ ସିଟ୍ ଖାଲି ରହିଛି । ଅର୍ଥାତ୍ ୮୦ ମଧ୍ୟରୁ ୪୮ ଇଣ୍ଡିଆ ବ୍ଲକର । ଜେଏମବଏମରୁ ୨୯, କଂଗ୍ରେସରୁ ୧୭ ବିଧାୟକ ଅଛନ୍ତି । ସେହିପରି ଆରଜେଡି ଓ ସିପିଏମ୍ ପାଖରେ ଗୋଟିଏ ଗୋଟିଏ ଆସନ ରହିଛି । ଏବେ ଚମ୍ପଇ ସୋରେନଙ୍କ ପଛରେ ୪୩ ବିଧାୟକଙ୍କ ସମର୍ଥନ ରହିଛି । ଝାଡଖଣ୍ଡ ବିଧାନସଭାରେ ୨୬ ବିଧାୟକଙ୍କ ସହ ବିଜେପି ହେଉଛି ୨ୟ ବଡ ଦଳ ।

Get real time updates directly on you device, subscribe now.