fbpx

IND Vs ENG; ବିଶାଖାପାଟଣା ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ

ବିଶାଖାପାଟଣା: ବିଶାଖାପାଟଣା ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ)ରେ ଭାରତ ଇଂଲଣ୍ଡକୁ ୧୦୬ ରନ୍ ରେ ପରାସ୍ତ କରି ଦ୍ବିତୀୟ ଟେଷ୍ଟମ୍ୟାଚ୍ ଜିତିଛି। ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ସମାନ କରିଛି। ଭାରତ ଇଂଲଣ୍ଡ କୁ ୩୯୯ ରନର ଟାର୍ଗେଟ ଦେଇଥିଲା । ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୨୯୨ ରନ୍ କରି ଆଉଟ୍ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ଇନିଂସରେ ୩୯୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୫୫ ରନ୍ କରିଥିଲା। ଇଂଲଣ୍ଡର ପ୍ରଥମ ଇନିଂସ ୨୫୩ ରନ୍ ରେ ଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୧୪୩ ରନ୍ ର ଅଗ୍ରଣୀ ହାସଲ କରିଥିଲା।

Get real time updates directly on you device, subscribe now.