fbpx

ବଡ଼ ବ୍ୟାଙ୍କ ନା ଛୋଟ ବ୍ୟାଙ୍କ: ଗ୍ରାହକମାନେ କେଉଁଠି FD କଲେ ଅଧିକ ଫାଇଦା ପାଇବେ

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଅର୍ଥକୁ ଭଲ ଜାଗାରେ ନିବେଶ କରିବା ଏକ ବୁଦ୍ଧିମାନର କାମ । ତେବେ ବର୍ତ୍ତମାନ ସମୟରେ ସ୍ଥାୟୀ ଜମା ବା ଫିକ୍ସଡ ଡିପୋଜିଟ (ଏଫଡି) ଗ୍ରାହକଙ୍କ ପାଇଁ ଏକ ସୁରକ୍ଷିତ ନିବେଶ ବିକଳ୍ପ ହୋଇଥିବା ବେଳେ ଅଧିକାଂଶ ଲୋକ ଏହାକୁ ନେଇ ଆଜି ବି ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି । ଆପଣ ଯଦି ବ୍ୟାଙ୍କରେ ଏଫଡି କରିବାକୁ ଇଚ୍ଛୁକ ତେବେ ଏନେଇ ଆପଣମାନେ କିଛି ନିୟମ ନିହାତି ଜାଣିବା ଆବଶ୍ୟକ ।

ଭାରତରେ ଅନେକ ପବ୍ଲିକ ସେକ୍ଟର ବ୍ୟାଙ୍କ ରହିଥିବା ବେଳେ ଅନେକ ଘରୋଇ କ୍ଷେତ୍ର ବ୍ୟାଙ୍କ ମଧ୍ୟ ରହିଛି । ଉଭୟ କ୍ଷେତ୍ରର ବ୍ୟାଙ୍କଗୁଡ଼ିକକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିୟନ୍ତ୍ରଣ କରିଥାଏ । ତେବେ କିଛି ସରକାରୀ ବ୍ୟାଙ୍କରେ ଏଫଡିରେ କମ୍ ସୁଧ ମିଳୁଥିବା ବେଳେ ଆଉ କିଛି ପ୍ରାଇଭେଟ ବ୍ୟାଙ୍କରେ ଅଧିକ ସୁଧ ମିଳିଥାଏ । ଯେଉଁଠି ବି ନିବେଶ କଲେ ଗ୍ରାହକଙ୍କ ଅର୍ଥ ସୁରକ୍ଷିତ ରହିଥାଏ । ମାତ୍ର ଏଫଡିର ସୁଧ ହାର ହିଁ ତାରତମ୍ୟ ରଖିଥାଏ । ତେଣୁ ଏହା ଗ୍ରାହକମାନେ ଜାଣିବା ଜରୁରୀ । ତେଣୁ ଆପଣମାନେ ବ୍ୟାଙ୍କର ଅଫିସିଆଲ ୱେବସାଇଟ, ଗୁଗଲକୁ ଯାଇ ଏଫଡି ରେଟ୍ ଲିଷ୍ଟ ଚେକ୍ କରିପାରିବେ ।

ଯେଉଁ ବ୍ୟାଙ୍କ ଅଧିକ ସୁଧ ଦେଉଥିବ ଆପଣମାନେ ସେହି ବ୍ୟାଙ୍କରେ ନିବେଶ କରିବା ଆବଶ୍ୟକ । ଅନେକ ଲୋକ ଏଫଡି ନିବେଶ କରିବା ପୂର୍ବରୁ ଛୋଟ ବ୍ୟାଙ୍କ, ବଡ଼ ବ୍ୟାଙ୍କ ଏପରି ଅନେକ ଦିଗ ପ୍ରତି ଧ୍ୟାନ ଦିଅନ୍ତି । ମାତ୍ର ଏହା ଠିକ୍ ନୁହେଁ । ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକଙ୍କ ଅର୍ଥକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିଥାନ୍ତି । କିଛି ବ୍ୟାଙ୍କରେ ଏଫଡିରେ ବାର୍ଷିକ ସୁଧ ହାର ୫-୭ ପ୍ରତିଶତ ରହିଥିବା ବେଳେ ଆଉ କିଛି ବ୍ୟାଙ୍କରେ ୮-୯ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ । ଏହି ୨ ପ୍ରତିଶତ ସୁଧ ହାର ଜଣକୁ ଅତି ସାଧାରଣ ଲାଗୁ ଥାଇପାରେ, ମାତ୍ର ଅଧିକ ନିବେଶ କ୍ଷେତ୍ରରେ, ଦୀର୍ଘ ଅବଧିରେ ଏହା ବହୁତ କିଛି ଫରକ ଆଣିଥାଏ । ଉଦାହରଣ ସ୍ୱରୂପ- ୧୦୦ ଟଙ୍କାର ୧ ପ୍ରତିଶତ ୧ ଟଙ୍କା ହୋଇଥାଏ, ମାତ୍ର ୧ କୋଟିର ୧ ପ୍ରତିଶତ ୧ ଲକ୍ଷ ହୋଇଥାଏ । ଏଥିରୁ ଆପଣ ସହଜରେ ବୁଝିପାରୁଥିବେ । ତେଣୁ ୧ ପ୍ରତିଶତ ସୁଧ ହାର ଆପଣଙ୍କୁ ବହୁତ କିଛି ପ୍ରଫିଟ ଦେଇଥାଏ ।

Get real time updates directly on you device, subscribe now.