fbpx
BSKY
BJD SHG SKY
BJD YOUTH SKY

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି ହେଲା ଟଙ୍କା; ସାକ୍ଷୀ ରହିଲା ବଡ଼ ଦେଉଳ

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ହୋଇଛି । ଗଣତି ବେଳେ ହୋଇଛି ଚୋରି । ଡୋନେସନ୍ ସେଲରେ ହୋଇଛି ଚୋରି । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୁଣ୍ଡିରୁ ଚୋରି କରିଥିବା ପିଅନ ଧରା ହୋଇଛନ୍ତି । ସମ୍ପୃକ୍ତ ପିଅନଙ୍କ ଠାରୁ 35 ହଜାର ଟଙ୍କା ଜବତ ହୋଇଛି । ସିସିଟିଭି ଫୁଟେଜରୁ ଚୋରି ଧରାପଡ଼ିବା ପରେ ପ୍ରାୟ ୩୫ ହଜାର ଟଙ୍କା ଉକ୍ତ ପିଅନଙ୍କଠାରୁ ଜବତ ହୋଇଥିଲା। ତେବେ ଘଟଣା ହଟଚମଟ ସୃଷ୍ଟି ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେରା କରାଯାଇଛି ଉକ୍ତ କର୍ମଚାରୀଙ୍କୁ।ତେବ ପ୍ରାୟ ୭ଦିନ ପାଇଁ ଏହି କର୍ମଚାରୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ।

ତେବେ ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନଯିବା ଓ ହୁଣ୍ଡି ଗଣତିରେ ସ୍ଵଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ବ ଦିଆଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.