fbpx

‘ଜୋ ବାଇଡେନ୍ କ୍ଷମା ମାଗନ୍ତୁ ନଚେତ….’, ମୁମ୍ବାଇ ସ୍ଥିତ ଆମେରିକାର Consulate General Officeକୁ ଧମକପୂର୍ଣ୍ଣ ମେଲ୍

ମୁମ୍ବାଇ: ମୁମ୍ବାଇ ସ୍ଥିତ ଆମେରିକାର Consulate ଜେନେରାଲ ଅଫିସ ଉପରେ ବୋମା ମାଡ଼ କରିବା ନେଇ ଏକ ଧମକ ପୂର୍ଣ୍ଣ ମେଲ୍ ଅସିଛି । ତେବେ ପ୍ରେରକ ଜଣଙ୍କ ଦାବି କରିଛନ୍ତି ଯେ ସେ ହେଉଛନ୍ତି ଜଣେ ପଳାତକ ଏବଂ ଆମେରିକାରେ ତାଙ୍କ ବିରୋଧରେ ଅନେକ ଗୁରୁତର ମାମଲା ବିଚାରଧୀନ ଅଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନାରୁ ପ୍ରକାଶ ଯେ ମୁମ୍ବାଇ ସ୍ଥିତ ଆମେରିକାର Consulate ଜେନେରାଲ ଅଫିସର ଅଫିସିଆଲ ମେଲ୍ ଆଇଡିରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଏହି ମେଲରେ ଲେଖାହୋଇଛି, ‘ଆମେରିକା ରାଷ୍ଟ୍ରପତି ଜୋ ବାେଇଡେନ୍ ବ୍ୟକ୍ତିଗତ ଭାବେ ମୋ ଠାରୁ କ୍ଷମା ପ୍ରାର୍ଥନା କରନ୍ତୁ । ଏହା ସହ ମୋ ବିରୋଧରେ ବିଚାରଧୀନ ଥିବା ୧୯ଟି ମାମଲାକୁ ରଦ୍ଦ କରନ୍ତୁ । ଏପରି ନହେଲେ ମୁମ୍ବାଇ ସ୍ଥିତ ଆମେରିକାର Consulate ଜେନେରାଲ ଅଫିସକୁ ବୋମାରେ ଉଡ଼ାଇ ଦିଆଯିବ ।’ ଫେବୃଆରୀ ୯ ତାରିଖ ୩ଟା ୫୦ ମିନିଟ ସମୟରେ [email protected] ନାମକ ଇମେଲ ଆଇଡିରେ ଏହି ଧମକପୂର୍ଣ୍ଣ ମେଲ୍ ପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ମୁମ୍ବାଇ ପୋଲିସକୁ ଖବର ମିଳିବା ପରେ ଅଜଣା ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୫୦୫(୧)(ବି) ଏବଂ ଧାରା ୫୦୬(୨) ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.