fbpx

ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସରୁ ଇସ୍ତଫା ଦେଲେ: ଦୁଇଦିନ ତଳେ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ସେନେଇ ଏବେଠାରୁ ରାଜ୍ୟ ରାଜନୀତି ସରଗରମ୍ ହେବାରେ ଲାଗିଛି । ଏବେଠାରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଗତ ୧୨ ତାରିଖରେ ପୂର୍ବତନ ବିଧାୟକ ନିହାର ମହାନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ପୁଣି ଜଣେ ବଡ଼ ନେତା ଦଳ ଛାଡ଼ିଛନ୍ତି ।

ସୂଚନା ମୁତାବକ, କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ଅଂଶୁମାନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଅଂଶୁମାନ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ସେ କେନ୍ଦ୍ରାପଡ଼ାର ରାଜନଗର ଆସନରୁ ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଅଂଶୁମାନ ଅଚାନକ ହାତ ଛାଡ଼ିବା ପରେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ହେଉଛି ।

ଗତ ୧୨ ତାରିଖରେ ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟକ ନିହାର କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ଅଂଶୁମାନ ଦଳ ଛାଡ଼ିଛନ୍ତି । ୩ ଦିନ ମଧ୍ୟରେ ଦୁଇଜଣ ଟାଣୁଆ ନେତା ହାତ ଛାଡ଼ିବା ପରେ ଦଳକୁ ଲାଗିଛି ଶକ୍ତ ଝଟକା । ଅଂଶୁମାନ ନିଜର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ହାତ ଛାଡ଼ିବା ପରେ ତାଙ୍କର ପରବର୍ତ୍ତୀ ଆଭିମୁଖ୍ୟ କ’ଣ ରହିବ ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି ।

Get real time updates directly on you device, subscribe now.