fbpx

(Video) ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ପଥର ଉପରେ “ବସୁଧୈବ କୁଟୁମ୍ବକମ୍” ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ୍ (UAE) ଭଳି ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ଆଉ ବିଶେଷକରି ବିଦେଶ ମାଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହୋଇଥିବାରୁ ତାହା ଚର୍ଚ୍ଚାକୁ ଅଧିକ ବଢ଼ାଇଛି। ତେବେ ଏସବୁ ଭିତରେ ସାରା ବିଶ୍ୱରେ “ବସୁଧୈବ କୁଟୁମ୍ବକମ୍” (ବିଶ୍ୱ ଏକ ପରିବାର) ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସୂଚନା ଥାଉକି, ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇରେ ପ୍ରଥମ BAPS ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଆଉ ମନ୍ଦିର ଉଦଘାଟନ ପରେ ହାତୁଡ଼ି ଓ ଛେଣି ବ୍ୟବହାର କରି ପଥରରେ “ବସୁଧୈବ କୁଟୁମ୍ବକମ୍” (ବିଶ୍ୱ ଏକ ପରିବାର) ଶବ୍ଦ ଲେଖିଛନ୍ତି। ଏହା ସହ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣରେ ଜଡିତ ଥିବା ସ୍ୱେଚ୍ଛାସେବୀ ତଥା ପ୍ରମୁଖ ଯୋଗଦାନକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିବାଦନ ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମନ୍ଦିରରେ କାରିଗର ଏବଂ ପିଲାମାନଙ୍କ ସହ ଜଡିତ ଥିବା ଦେଖିବାକୁ ମିଳିଥିଲା। ଏବଂ ‘ଗ୍ଲୋବାଲ ଆରତୀ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ମୋଦୀ , ଏହି ଐତିହାସିକ ଉତ୍ସବରେ ସମଗ୍ର ବିଶ୍ୱରେ ୧୨୦୦ BAPS ମନ୍ଦିର ଏକାସାଙ୍ଗରେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗ୍ରାଣ୍ଡ ମନ୍ଦିର କମ୍ପ୍ଲେକ୍ସରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ସ୍ୱାଗତ କରିଥିଲେ। ସେହିପରି ମନ୍ଦିରର ଉଦଘାଟନୀ ସମାରୋହରେ ଅଭିନେତା ଅକ୍ଷୟ କୁମାର, ଦିଲୀପ ଯୋଶୀ, ବିବେକ ଓବରୋଇଙ୍କ ସମେତ ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ।

 

 

Get real time updates directly on you device, subscribe now.