ଭୁବନେଶ୍ୱର: ରାଜ୍ୟରେ ମହିଳା ବିକାଶକୁ ନେଇ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ନବୀନ ସରକାର । ବର୍ତ୍ତମାନ ଓଡ଼ିଶାର ସମସ୍ତ ଏସଏଚଜି ସଦସ୍ୟାମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ଏସଏଚଜି ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ୟୁନିଫର୍ମ ବାବଦକୁ ରାଜ୍ୟ ସରକାର ଏହି ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ତେବେ ଏହି ଯୋଜନାରେ ଓଡ଼ିଶାର ମୋଟ ୭୦ ଲକ୍ଷ ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ରାଜ୍ୟ ସରକାର । ଏହାବ୍ୟତୀତ ଏସଏଚଜି ଏକଜିକ୍ୟୁଟିଭ ମେମ୍ଦରମାନଙକୁ ଆଉ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୟୁନିଫର୍ମ ସହିତ ବ୍ଲେଜର ପାଇଁ ସେମାନଙ୍କୁ ଅଧିକ ୨ ହଜାର ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।