fbpx

Big Breaking: ସ୍କୁଲ ବସ ଓଲଟି ଜଣେ ମହିଳା ମୃତ, ୮ ଆହତ

ଜୟପୁର: ଏକ ଘରୋଇ ସ୍କୁଲ ବସ୍ ଓଲଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଏଥିରେ ଆଠଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ବୈପାରୀଗୁଡ଼ା ଥାନା ମନ୍ତ୍ରୀଆମ୍ବ ନିକଟରେ ଘଟିଛି । ବସରେ କୌଣସି ଛାତ୍ରଛାତ୍ର ନଥିଲେ । ଦୁର୍ଘଟଣାଗ୍ରସ୍ତ ବସରେ କେବଳ ସ୍କୁଲ ଷ୍ଟାଫ ଥିବା ଜଣାପଡିଛି । ସ୍କୁଲର ଜଣେ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଘରକୁ ଯାଉଥିବା ବେଳେ ଏପରି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ପ୍ରିନ୍ସପାଲଙ୍କ ପତ୍ନୀ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.