fbpx

ଦ୍ୱିତୀୟ ସନ୍ତାନ ‘ଅକାୟ’କୁ ସ୍ୱାଗତ କଲେ ବିରାଟ-ଅନୁଷ୍କା: ଭାମିକାକୁ ମିଳିଗଲା ସାନ ଭାଇ

ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରକୁ ଆସିଛି ଏକ ନୂଆ ଅତିଥି । ନିଜର ଦ୍ୱିତୀୟ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି ଏହି ଷ୍ଟାର ଦମ୍ପତ୍ତି । ଏନେଇ ବିରାଟ ନିଜର ଇନଷ୍ଟାଗ୍ରାମ ହ୍ୟାଲେଣ୍ଡରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ନୂଆ ପୁତ୍ର ସନ୍ତାନ ‘ଅକାୟ’କୁ ଦମ୍ପତ୍ତି ସହୃଦୟତାର ସହ ସ୍ୱାଗତ କରିବା ସହିତ ଏହି ଖୁସିକୁ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶେୟାର କରିଛନ୍ତି ।

ଏନେଇ ବିରାଟ ଲେଖିଛନ୍ତି, ‘ଅନେକ ଅନେକ ଖୁସି ଓ ଭଲପାଇବା ଭରା ହୃଦୟରୁ ଆପଣମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ନେଇ ଆସିଛୁ । ଫେବୃଆରୀ ୧୫ ତାରିଖରେ ଆମେ ଆମର ନୂଆ ପୁତ୍ର ସନ୍ତାନ ‘ଅକାୟ’କୁ ସ୍ୱାଗତ କରିଛୁ । ଆମ ଘରକୁ ଆସିଛି ଏକ ନୂଆ ଅତିଥି । ଆମର ପ୍ରଥମ ଅଲିଅଳି ଝିଅ ଭାମିକାକୁ ଏକ ସାନ ଭାଇ ମିଳିଯାଇଛି । ଏହି ଅବସରରେ ଆମେ ଆପଣମାନଙ୍କର ଶୁଭେଚ୍ଛା ଓ ଆଶିର୍ବାଦ କାମନା କରୁଛୁ । ଏହି ସମୟରେ ଆପଣମାନେ ପ୍ରାଇଭେସିକୁ ସମ୍ମାନ ଦେବାକୁ ଆମେ ଅନୁରୋଧ କରୁଛୁ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହା ଡିସେମ୍ବର ମାସ ୧୧ ତାରିଖରେ ବିରାଟ-ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ଏହି ଷ୍ଟାର ଦମ୍ପତ୍ତିଙ୍କୁ ପରିବାରକୁ ପ୍ରଥମ ଅତିଥି ଭାବେ ଭାମିକା ଆସିଥିଲା । ଭାମିକାର ପ୍ରଥମ ଜନ୍ମଦିନକୁ ବିରାଟ-ଅନୁଷ୍କା ଅତ୍ୟନ୍ତ ଆଡ଼ମ୍ବର ସହକାରେ ଦକ୍ଷିଣ ଆଫ୍ରିକାର ଏକ ବାୟୋ-ବବଲରେ ମନାଇଥିଲେ । ଭାମିକା ପରେ ଏବେ ଅକାୟ ଆସିବା ପରେ ଦମ୍ପତ୍ତିଙ୍କ ପରିବାରରେ ଖୁସିର ସୀମା ନାହିଁ ।

Get real time updates directly on you device, subscribe now.