ମୁମ୍ବାଇ ନିକଟସ୍ଥ କଲ୍ୟାଣ ରେଳ ଷ୍ଟେସନ ପାଖରୁ ମିଳିଲା ୫୪ ଟି ଡିଟୋନେଟର, ଘଟଣାସ୍ଥଳରେ ପହଞ୍ଚିଲେ  ବୋମା ସ୍କ୍ୱାଡ୍

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ କଲ୍ୟାଣ ଅଞ୍ଚଳରୁ ଭୟଙ୍କର ଖବର ସାମ୍ନାକୁ ଆସିଛି । ସେଠାରେ ଥିବା କଲ୍ୟାଣ ରେଳ ଷ୍ଟେସନ ନିକଟରୁ ବହୁ ସଂଖ୍ୟକ ଡିଟୋନେଟର ଉଦ୍ଧାର କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ରେଲୱେ ପୋଲିସ, ସ୍ଥାନୀୟ ପୋଲିସ ଏବଂ ବମ୍ ସ୍କ୍ୱାଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

 

ସମଗ୍ର ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ଏଗୁଡ଼ିକ ହେଉଛି ଇଲେକ୍ଟ୍ରୋନିକ୍ ଡିଟୋନେଟର ଯାହା ପାହାଡ ଭାଙ୍ଗିବା ପାଇଁ ବ୍ୟବହୃତ ହୁଏ  ।

 

କ’ଣ ରହିଛି ପୁରା ମାମଲା?

ସୂଚନା ମିଳିଛି ଯେ ମୁମ୍ବାଇ ନିକଟସ୍ଥ କଲ୍ୟାଣ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ବାହାରେ ମୋଟ ୫୪ ଡିଟୋନେଟର ଉଦ୍ଧାର କରାଯାଇଛି । ରେଳ ଷ୍ଟେସନ ପରି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ରେଳ ପୋଲିସ, ସ୍ଥାନୀୟ ପୋଲିସ ଏବଂ ବମ୍ ସ୍କ୍ୱାଡକୁ ତୁରନ୍ତ ଘଟଣାସ୍ଥଳକୁ ଡକାଯାଇଥିଲା ଏବଂ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

 

ଏହି ବିସ୍ଫୋରକ କେଉଁଠାରୁ ଆସିଲା ବୋଲି ପୋଲିସ ଖୋଜୁଛି । କେହି ତାହାକୁ ଭୁଲି ଯାଇଛନ୍ତି ନା ଉଦ୍ଦେଶ୍ୟମୂଳକ ଭାବେ ଏଠାରେ ଛାଡିଛନ୍ତି ତାହା ଅନୁସନ୍ଧାନ କରାଯାଉଛି । ରେଳ ଷ୍ଟେସନ ଏବଂ ଏହାର ଆଖପାଖରେ ସିସିଟିଭି ଫୁଟେଜ ମଧ୍ୟ ପୋଲିସ ସ୍କାନ କରୁଛି ।