fbpx
BSKY SKY
BSKY SKY

ଚିନି ଖାଇଲେ କେବେ ହୁଏନି ଡାଇବେଟିସ୍‌, ତେବେ ଏହା କେଉଁ କାରଣରୁ ହୋଇଥାଏ, ଡାକ୍ତର କ’ଣ କହୁଛନ୍ତି ଜାଣନ୍ତୁ

BSKY

ଓଡ଼ିଶା ଭାସ୍କର: ଡାଇବେଟିସ୍ କଥା ଉଠିବା ମାତ୍ରେ ମନ ମଧ୍ୟକୁ ପ୍ରଥମ ଶବ୍ଦ ଆସିଥାଏ ଚିନି । ସାଧାରଣ ଲୋକଙ୍କ ମଧ୍ୟରେ ଏହି ଧାରଣା ରହିଛି କି ଡାଇବେଟିସ୍ ହେବାର ଅର୍ଥ ଆପଣ ଅଧିକ ଚିନି ଖାଇଛନ୍ତି । କିନ୍ତୁ ବାସ୍ତବରେ ଏହା ଏକ ଭ୍ରମ । କାରଣ ଏହା ପଛରେ ଆଉ କିଛି କାରଣ ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାଇବେଟିସ ଏପରି ଏକ ରୋଗ ଯାହା ହାଇ ବ୍ଲଡ ସୁଗାର କାରଣରୁ ହୋଇଥାଏ । ବହୁତ ଲୋକ ଭାବନ୍ତି କି ଅଧିକ ଚିନି ଖାଇବା ଦ୍ୱାରା ଏହା ହୋଇଥାଏ । କିନ୍ତୁ ପ୍ରକୃତ କଥା ହେଉଛି ଚିନି ଖାଇବା ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଡାଇବେଟିସ ହୋଇ ନ ଥାଏ । କିନ୍ତୁ ଏହାଦ୍ୱାରା ବ୍ୟକ୍ତି ମୋଟାପାର ଶିକାର ହୋଇଥାଏ ଯାହାଦ୍ୱାରା ଇନସୁଲିନ୍ ପ୍ରତିରୋଧ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଶରୀର ଇନସୁଲିନ୍ ପ୍ରତି ପ୍ରତିକ୍ରିୟାଶୀଳ ହୋଇ ନ ଥାଏ ଓ ଏହା ହଜମ ହୋଇ ନ ଥାଏ । ଫଳରେ ଏହା ସିଧା ରକ୍ତରେ ଯାଇ ମିଶିଥାଏ ଓ ଡାଇବେଟିସର କାରଣ ପାଲଟିଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ ଆପଣଙ୍କୁ ଦୈନିକ କ୍ୟାଲୋରୀର ୧୦%ରୁ ଅଧିକ ସୁଗାର ନ ନେବାକୁ ପରାମର୍ଶ ଦେଇଥାଏ ।
ବିିଶେଷଜ୍ଞଙ୍କ ମତରେ ଡାଇବେଟିସ ପଛରେ ବହୁ କାରଣ ରହିଛି । ଯେପରିକି
୧-ବଡି ମାସ୍ ଇଣ୍ଡେକ୍ସ ୩୦ ସହିତ ମୋଟାପା
୨-ଅବ୍ୟବସ୍ଥିତ ଜୀବନଶୈଳୀ
୩-ଆନୁବଂଶିକ

ବିିଶେଷଜ୍ଞଙ୍କ ମତରେ ଡାଇବେଟିସ୍ ସେତେବେଳେ ହୋଇଥାଏ ଯେତେବେଳେ ପାକସ୍ଥଳୀ ପର୍ଯ୍ୟାପ୍ତ ଇନସୁଲିନ୍ ଉତ୍ପାଦନ ବନ୍ଦ କରିଦିଏ କିମ୍ବା ଆପଣଙ୍କ ଶରୀର କୋଷ ଉତ୍ପାଦିତ ଇନସୁଲିନ୍ ପ୍ରତି ପ୍ରତିକ୍ରିୟାଶୀଳ ହୋଇଯାଏ । ଯଦି କୌଣସି ରୋଗୀ ଡାଇବେଟିସରେ ପୀଡିତ ତେବେ ଆମେ ତାକୁ କମ୍ ଚିନି ଖାଇବାକୁ ପରାମର୍ଶ ଦେଇଥାଉ । କାରଣ ଇନସୁଲିନକୁ ଚିନିକୁ ହଜମ କରିବାକୁ ବହୁତ ସମସ୍ୟା ହୋଇଥାଏ । ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଚିନି ଖାଇବା ଦ୍ୱାରା ଗ୍ଲୁକୋଜର ସ୍ତର ବଢିଥାଏ ଓ ଏହା ଡାଇବେଟିସ୍ ସମ୍ବନ୍ଧିତ ଜଟିଳତାର କାରଣ ପାଲଟିଯାଏ । ତେଣୁ କେବଳ ଚିନି ନୁହେଁ ଯେଉଁ ଖାଦ୍ୟରେ ଗ୍ଲୁକୋଜ ରହିଛି ଡାଇବେଟିସ ରୋଗୀ ନିୟନ୍ତ୍ରିତ ଭାବରେ ଏସବୁ ଖାଇବା ଉଚିତ ।

Get real time updates directly on you device, subscribe now.