fbpx

ଖୁବ ଶୀଘ୍ର Xmail ଲଞ୍ଚ୍ କରିବେ ଏଲନ୍ ମସ୍କ, Gmailକୁ ଦେବ ଟକ୍କର

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍‌ଏକ୍ସର ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଏକ ନୂଆ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ChatGPTର ଭର୍ସନ ଜାରି କରିବା ପରେ ‘ଏକ୍ସ ମେଲ୍‌’ ଲଞ୍ଚ୍ କରିବା ନେଇ ସୂଚନା ଦେଇଛନ୍ତି । ଏହା Gmail ସହ ପ୍ରତିଦ୍ୱନ୍ଦିତା କରିବ । Gmail ବନ୍ଦ ହେବା ଖବର ପ୍ରଚାର ହେବା ମଧ୍ୟରେ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

‘ଏକ୍ସ’ର ଜଣେ ଇଞ୍ଜିନିୟର ଏକ୍ସରେ ପ୍ରଶ୍ନ କରିଥିଲେ ଯେ ଆପଣ କେବେ Xmail ଆଣୁଛନ୍ତି ? ଏହାର ଉତ୍ତରରେ ଏଲନ ମସ୍କ କହିଥିଲେ ଯେ ଏହା ଶୀଘ୍ର ଆସିବାକୁ ଯାଉଛି । ଏହି ଉତ୍ତର ମାଧ୍ୟମରେ ମସ୍କ ସଂକେତ ଦେଇଛନ୍ତି ଯେ ଏକ୍ସ ମେଲ୍ ଉପରେ କାମ ଚାଲିଛି ଏବଂ ଏହା ଗୁଗୁଲ ଜିମେଲକୁ ଟକ୍କର ଦେଇପାରେ । ଏହି ଖବର ଟେକ୍ ଜଗତରେ ଚହଳ ପକାଇଛି । ସାମାଜିକ ଗଣମାଧ୍ୟମରେ ନିଜର ସମ୍ଭାବିତ ପ୍ରତିଦ୍ୱନ୍ଦୀର ଆଲୋଚନାକୁ ଦେଖି ଗୁଗୁଲର ଜିମେଲ ମଧ୍ୟ ଏଲନ୍ ମସ୍କଙ୍କ ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତ-‘Gmail is here to stay’(ଜିମେଲ ଏଠାରେ ରହିବାକୁ ଯାଉଛି ) ।

Get real time updates directly on you device, subscribe now.