fbpx

ବିଜେଡ଼ି ଛାଡି ବିଜେପିରେ ମିଶିଲେ ଦେବାଶିଷ ନାୟକ

ଓଡିଶା ଭାସ୍କର: ବିଜେଡ଼ି ଛାଡି ବିଜେପିରେ ମିଶିଲେ ଦେବାଶିଷ ନାୟକ। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ତେବେ କିଛି ସମୟ ପୂର୍ବରୁ ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ହେଲେ ମାତ୍ର କିଛି ସମୟ ପରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରୁ ସେ ଲଗାତାର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୪ ରୁ ୨୦୦୮ ମଧ୍ୟରେ ସେ ନବୀନ ମନ୍ତୀ ମଣ୍ଡଳର ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ। କ୍ରୀଡା, ସୂଚନା ଓ ଲୋକସମ୍ପର୍କ ବିଭାଗରେ ମନ୍ତ୍ରୀ ରହିଥିଲେ। ହେଲେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଦେବାଶିଷଙ୍କୁ ଟିକେଟ ଦେଇନଥିଲା ବିଜେଡି।

ଅପରପକ୍ଷେ ବିଜେପିର ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ପୂର୍ବତନ ଅତାବିରାର କଂଗ୍ରେସ ବିଧାୟକ ନିହାର ମହାନନ୍ଦ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବରଗଡ଼ ଜିଲ୍ଲାର ଅତାବିରାର ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଗତ ଫେବୃଆରୀ ୧୨ ତାରିଖ ଦିନ ସେ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଥିଲେ । ତେବେ ‘କଂଗ୍ରେସରେ ରହି ଲୋକଙ୍କ ସେବା କରିହେବନି, ତେଣୁ ଇସ୍ତଫା ଦେଲି’ ବୋଲି ଇସ୍ତଫା ପରେ ନିହାର କହିଥିଲେ।

Get real time updates directly on you device, subscribe now.