fbpx

ବୁର୍କିନା ଫାସୋର କ୍ୟାଥୋଲିକ ଚର୍ଚ୍ଚ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ୧୫ ମୃତ, ୨ ଆହତ

ନୂଆଦିଲ୍ଲୀ: ଉତ୍ତର ବୁର୍କିନା ଫାସୋରେ ରବିବାରର ପ୍ରାର୍ଥନା ସଭା ସମୟରେ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି । ଏଥିରେ ଅତି କମରେ ୧୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ତେବେ ଚର୍ଚ୍ଚର ଫାଦର ଜୀନ-ପିୟେର ସାଭଡୋଗା କହିଛନ୍ତି ଯେ, ରବିବାର ଦିନ ପ୍ରାର୍ଥନା ପାଇଁ ଲୋକମାନେ ଏକାଠି ହେବାପରେ ଏହି ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା କଥା ସେ କହିଛନ୍ତି ।

ବୁର୍କିନା ଫାସୋର ଏକ ଗାଁରେ ରବିବାର ଦିନ ହୋଇଥିବା ଆକ୍ରମଣରେ ଅତି କମରେ ୧୫ କ୍ୟାଥୋଲିକ ଧର୍ମାବଲମ୍ବୀଙ୍କର ମୃତ୍ୟୁ ଘଟିଛି । ଗିରଜାଘରର ଅଧିକାରୀମାନେ କହିଛନ୍ତି ଯେ, ଦେଶରେ ସଂଘର୍ଷ ଦ୍ୱାରା ପ୍ରଭାବିତ ଉତ୍ତର ଅଞ୍ଚଳରେ ପ୍ରାର୍ଥନା ପାଇଁ ଏକତ୍ରିତ ହୋଇଥିବା ଧର୍ମାବଲମ୍ବୀମାନଙ୍କ ଉପରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ ।

ଏସାକେନ୍ ଗାଁରେ ହୋଇଥିବା ଗୁଳି ବିନିମୟ ଆତଙ୍କବାଦୀ ଆକ୍ରମଣ ବୋଲି ଡୋରିର କ୍ୟାଥୋଲିକ୍ ଡାୟୋସିସ୍ ର ଭିକାର୍ ଜେନେରାଲ୍ ଆବୋଟ୍ ଜାନ୍-ପିଆର ସାଭଡୋଗୋ ସୂଚନା ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଘଟଣାସ୍ଥଳରେ ୧୨ ଜଣ କ୍ୟାଥୋଲିକ୍ ଧାର୍ମିକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଚିକିତ୍ସା ସମୟରେ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଦାୟିତ୍ୱ ନେଇନାହାନ୍ତି ଏବଂ ଏଥିପାଇଁ ଅଧିକ କିଛି ସୂଚନା ଦିଆଯାଇ ନାହିଁ। ତେବେ ଏହି ଆକ୍ରମଣରେ ଜିହାଦୀବାଦୀଙ୍କ ଉପରେ ସନ୍ଦେହ କରାଯାଉଛି, ଯେଉଁମାନେ ପ୍ରାୟତଃ ସୁଦୂର ସମ୍ପ୍ରଦାୟ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି। ବିଶେଷକରି ଉତ୍ତର ଅଞ୍ଚଳରେ ସେମାନେ ଏହି ଆକ୍ରମଣ କରିଥିଲେ।

Get real time updates directly on you device, subscribe now.