OAS ଅଦଳବଦଳ: ୩୫ ଜଣ ଡେପୁଟି କଲେକ୍ଟର ଓ BDOଙ୍କୁ ନୂଆ ସ୍ଥାନରେ ନିଯୁକ୍ତି, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ନିକଟରେ କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଥରେ କିଛି ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଛି । ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରେ ୩୧ ଜଣ ବିଡିଓ ଓ ୪ ଜଣ ଡେପୁଟି କଲେକ୍ଟର ରହିଛନ୍ତି । ଏହି ଅଧିକାରୀମାନେ ଯଥା ସମ୍ଭବ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି । ବଲାଙ୍ଗିର ସଦର ବିଡିଓ ଶରତ କୁମାର ଶେଠୀଙ୍କୁ ହରଭଙ୍ଗା ବିଡିଓ, ବାରଙ୍ଗ ବିଡିଓ ବିଶ୍ୱରଞ୍ଜନ ବିଶ୍ୱାସଙ୍କୁ ମାହାଙ୍ଗା ବିଡିଓ, ମାହାଙ୍ଗା ବିଡିଓ ଅମୀୟ କୁମାର ପଣ୍ଡାଙ୍କୁ କୃଷ୍ଣପ୍ରସାଦ ବିଡିଓ, ନିଆଳି ବିଡିଓ ଉଲ୍ଲାସ କୁମାର ଶେଠୀଙ୍କୁ କଟକ ଡେପୁଟି କଲେକ୍ଟର, ନିଶ୍ଚିନ୍ତକୋଇଲି ବିଡିଓ ଧର୍ମ ରଞ୍ଜନ ପଣ୍ଡାଙ୍କୁ ବାରଙ୍ଗ ବିଡିଓ ଭାବେ ବଦଳି କରାଯାଇଛି ।