fbpx

ନିର୍ବାଚନ ପୂର୍ବରୁ ବାଇଡେନଙ୍କୁ ନେଇ ବଡ ଖବର, ରାଷ୍ଟ୍ରପତି ପଦ ପାଇଁ ଫିଟ୍ କି ନୁହଁନ୍ତି ଡାକ୍ତର ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ନଭେମ୍ବର ୨୦୨୪ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୋ ବାଇଡେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକା ଡାକ୍ତର ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟର ବାର୍ଷିକ ପରୀକ୍ଷଣ କରିବା ପରେ ନିଜ ରିପୋର୍ଟ ଦେଇଛନ୍ତି କି ପ୍ରଶାସନିକ କାର୍ଯ୍ୟ ଅର୍ଥାତ୍ ରାଷ୍ଟ୍ରପତି ପଦ ଲାଗି ସେ ଏବେ କେତେ ଫିଟ୍ ଅଛନ୍ତି ।

ଆମେରିକାରେ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟସକୁ ନେଇ ଲଗାତର ପ୍ରଶ୍ନ ଉଠୁଛି । ଏବେ ବାଇଡେନଙ୍କ ବୟସ ୮୧ ବର୍ଷ ହୋଇସାରିଲାଣି । କୁହାଯାଉଛି କି ବାଇଡେନ୍ ଏବେ ସେହିମାତ୍ରାରେ ଫିଟ୍ ନୁହଁନ୍ତି ଯେତିକିମାତ୍ରାରେ ସେହି ପଦକୁ ସମ୍ଭାଳିବା ଲାଗି ଆବଶ୍ୟକ । ତାଙ୍କ ବିରୋଧୀ ଏହା ମଧ୍ୟ ଅଭିଯୋଗ କରୁଛନ୍ତି କି ବାଇଡେନ୍‌ଙ୍କ ସ୍ମରଣ ଶକ୍ତି ପୁରା ଦୂର୍ବଳ ହୋଇଗଲାଣି ବୋଲି । ସେ ଏବେ ବହୁକଥା ଭୁଲି ଯାଉଛନ୍ତି । ତେଣୁ ଏପରି ସ୍ଥିତିରେ ସେ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇବା ଆଉ ସମ୍ଭବ ନୁହେଁ । ଏହାରି ମଧ୍ୟରେ ଡାକ୍ତର ରାଷ୍ଟ୍ରପତିଙ୍କ ବାର୍ଷିକ ପରୀକ୍ଷଣ କରି ରିପୋର୍ଟ ପ୍ରଦାନ କରିଛନ୍ତି ।

ମେଡିକାଲ ପରୀକ୍ଷଣ ପାଇଁ ଯାଇଥିବା ଜୋ ବାଇଡେନ୍ ଡାକ୍ତରଙ୍କୁ କହିଥିଲେ କି, ମୋତେ ଲାଗୁଛି କି ମୁଁ ବହୁତ ୟଙ୍ଗ ଦେଖାଯାଉଛି । ତେବେ ତାଙ୍କର ବାର୍ଷିକ ଶାରୀରିକ ପରୀକ୍ଷଣ ପରେ ମେଡିକାଲ ଟିମ୍ ତାଙ୍କୁ ଫିଟ୍ ଘୋଷିତ କରିଛନ୍ତି । ନିଜର ୬ ପୃଷ୍ଠା ବିଶିଷ୍ଟ ରିପୋର୍ଟରେ ଡାକ୍ତର କେଭିନ୍‌. ଓ.କାନର ଲେଖିଛନ୍ତି ରାଷ୍ଟ୍ରପତି ସୁସ୍ଥ ଓ ନିଜର ଅଧିକାରୀକ କାର୍ଯ୍ୟ କରିବା ପାଇଁ ପୁରା ଫିଟ୍ ଅଛନ୍ତି । ଗତ ବୁଧବାର ଡାକ୍ତର ବାଇଡେନଙ୍କୁ ତାଙ୍କର ଫିଟନେସ୍ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି । ୮୧ ବର୍ଷୀୟ ବାଇଡେନ୍ ପୁଣି ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ବାଇଡେନ୍ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି । ଯଦି ଏଥର ସେ ନିର୍ବାଚନରେ ବିଜୟ ହାସଲ କରନ୍ତି ତେବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଯାଇଥିବ ।

Get real time updates directly on you device, subscribe now.